Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାମୀର ଦ୍ବିତୀୟ ବିବାହକୁ ବିରୋଧ କରି ପ୍ରଥମ ପତ୍ନୀଙ୍କ ଧାରଣା
ଆଜିର ଖବର

ସ୍ବାମୀର ଦ୍ବିତୀୟ ବିବାହକୁ ବିରୋଧ କରି ପ୍ରଥମ ପତ୍ନୀଙ୍କ ଧାରଣା

March 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ପାରାଦୀପ : ସ୍ବାମୀର ଦ୍ବିତୀୟ ବିବାହକୁ ବିରୋଧ କରି ପ୍ରଥମ ପତ୍ନୀ ଶାଶୁଘରେ ଆଗରେ ଧାରଣା ଦେଇଛନ୍ତି। ପାରିବାରିକ କଳିରୁ ବାପଘରେ ରହୁଥିବା ବୋହୂକୁ ନ ଜଣାଇ ସ୍ବାମୀ ପୁଣିଥରେ ବିବାହ ହୋଇଥିବାର ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ। ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ମାମଲା ଚାଲିଥିବାବେଳେ ସ୍ବାମୀ ଜଣକ ଦ୍ବିତୀୟ ବିବାହ କରିଛନ୍ତି। ନ୍ୟାୟ ଦାବିରେ ପ୍ରଥମ ପତ୍ନୀ ସ୍ବାମୀ ଘର ଆଗରେ ଧାରଣା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବଗଦିଆ ପଞ୍ଚାୟତର ମାନିନୀ ବିଶ୍ବାଳ ନାମ୍ନୀ ଜଣେ ମହିଳା 2016 ଜୁଲାଇ ମାସରେ  ବାଲିଡିହା ନିବାସୀ ଚନ୍ଦନ ରାଉତଙ୍କୁ ବିବାହ କରିଥିଲେ । ବିବାହର 8 ମାସ ପରେ ଯୌତୁକ ଜନିତ ନିର୍ଯାତନା ମିଳିଥିବାର ସେ ଅଭିଯୋଗ କରିଥିଲେ । ଯୌତୁକ ବାବଦକୁ 50 ହଜାର ଟଙ୍କା ପାଇଁ ତାଙ୍କ ଶଶୁର ଘର ତରଫରୁ ଚାପ ପ୍ରୟୋଗ କରାଯାଉଥିଲା। ବାପଘର ସମ୍ବଳ ଠିକ୍‌ ନଥିବାରୁ ସେ ଯୌତୁକ ଟଙ୍କା ଦିଆଯାଇ ପାରିନଥିଲା। ମାନସିକ ତଥା ଶାରିରୀକ ନିର୍ଯାତନା ପାଇଁ ମାନିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । ଚିକିତ୍ସିତ କରାଯିବାର 8 ଦିନ ପରେ ଶାଶୁଘର ଲୋକେ ତାଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ । ଏହାପରେ ମାନିନୀ କୁଜଙ୍ଗ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

ଛାଡପତ୍ର ମାମଲାର ସମାଧାନ ନ ହୋଇଥିଲେ ବି ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଥିବାର ସେମାନେ ସୂଚନା ପାଇଥିଲେ । କିନ୍ତୁ ପରଦିନ ତାଙ୍କ ସ୍ବାମୀ ଦ୍ବିତୀୟ ସ୍ତ୍ରୀ ଓ ପିଲାଙ୍କ ସହ ଘରକୁ ଆସିଥିବାବେଳେ ପ୍ରଥମ ସ୍ତ୍ରୀ ଜଣକ ନ୍ୟାୟ ପାଇ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି । ସ୍ବାମୀଙ୍କ ଦ୍ବିତୀୟ ବିବାହ ନେଇ ପାରାଦୀପ ଲକ୍‌ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ମାନିନୀ । ତାଙ୍କ ସ୍ବାମୀ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତଣ୍ଟି ଚିପି ମାରିବାକୁ ଉଦ୍ୟମରତ ଥିବା ସମୟରେ କିଛି ଗ୍ରାମଲୋକଙ୍କ ସହଯୋଗରେ ସେ ଉଦ୍ଧାର ପାଇପାରିଥିଲେ । ତାଙ୍କ ବିରୋଧରେ ହୋଇଥିବା ଅନ୍ୟାୟ ପାଇଁ ଦୋଷୀମାନଙ୍କୁ ଉଚିତ୍‌ ଦଣ୍ଡବିଧାନ ପୂର୍ବକ ତାଙ୍କୁ ନ୍ୟାୟ ମିଳିବା ନେଇ ଧାରଣାରେ ବସିଛନ୍ତି ମାନିନୀ ।

Share. Facebook Twitter LinkedIn Email WhatsApp Copy Link

Related Posts

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.