Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଖୋଜ ଯୁବକର ଶବ ମିଳିବା ପରେ ବାଣପୁର ଥାନା ଆଗରେ ଧାରଣାରତ ପରିବାର ସମେତ ଗ୍ରାମବାସୀ
ଆଜିର ଖବର

ନିଖୋଜ ଯୁବକର ଶବ ମିଳିବା ପରେ ବାଣପୁର ଥାନା ଆଗରେ ଧାରଣାରତ ପରିବାର ସମେତ ଗ୍ରାମବାସୀ

March 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ନିଖୋଜ ଯୁବକଙ୍କର ଶବ ମିଳିବା ପରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ। ବାଣପୁରର ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁତ୍ର ଦର୍ଶନ ନାୟକଙ୍କ ନିଖୋଜ ହେବାର ଦୁଇ ଦିନ ପରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ୍‌କୁ ବିରୋଧ କରି ସ୍ଥାନୀୟ ଲୋକେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ଘରୁ ନିଖୋଜ ରହିଥିବାର ଗତ ୮ ତାରିଖ ଦିନ ବାଣପୁର ଥାନାରେ ଅଭିଯୋଗ କରାଯାଇଥିଲା। କୋଡିଏ ବର୍ଷ ବୟସ୍କ ଦର୍ଶନ ନାୟକ ଗତ ସାତ ତାରିଖ ଦିନ ପନିପରିବା ଆଣିବା ନିମେନ୍ତ ନିକଟସ୍ଥ ମାର୍କେଟକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ। ପୁଅକୁ ଆଖପାଖରେ ଖୋଜିବା ସହିତ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରାଯାଇଥିଲା। ପୁଅ ନ ମିଳିବାରୁ ପୁଅ ନିଖୋଜ ରହିଥିବା ନେଇ ପୁଅର ବାପା ପ୍ରଭାକର ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏତଲାକୁ ଗ୍ରହଣ କରି ୪/୨୦ରେ ନିଖୋଜ ମାମଲା ରୁଜୁ କରିଥିଲା।

ଖବରକାଗଜରୁ ସୋଲରୀ ଷ୍ଟେସନ ପାଖରୁ ଅଜଣା ଯୁବକଙ୍କର ମୃତଦେହ ସୂଚନା ପାଇବା ପରେ ପରିବାର ଲୋକଙ୍କ ତରଫରୁ ଶବକୁ ଚିହ୍ନଟ କରାଯାଇଥିଲା। ଏହାପରେ ପରିବାର ଲୋକେ ପୋଲିସ୍‌ ଷ୍ଟେସନ ଯାଇ  କେହି ତାକୁ ମାରି ଦେଇଥିବାର ଅଭିଯୋଗ କରି ପରିବାର ସମେତ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯୁବକ ଜଣକ ବେଶ୍‌ ସରଳ ଥିବାବେଳେ ସେ କୌଣସି ପ୍ରକାରର ମଦ, ପାନ କିମ୍ବା ନିଶାରେ ଅଭ୍ୟସ୍ତ ନଥିଲେ। ଘରୁ ବଜାରକୁ କିଛି ପରିବା ଆଣିବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ମୃତଦେହ ଚିହ୍ନଟ ହେବା ପରେ ନିଖୋଜ ଯୁବକଙ୍କୁ ପୋଲିସ୍‌ ଖୋଜି ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଯୁବକଜଣଙ୍କ ମୃତ୍ୟୁ କିପରି ହେଲା ଏସମ୍ପର୍କରେ ତଦନ୍ତ କରିବା ସହ ଯଦି କେହି ତାଙ୍କୁ ହତ୍ୟା କରିଛନ୍ତି ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି। ଅପରାହ୍ନ ୫ଟାରୁ ଗ୍ରାମବାସୀମାନେ ମୃତ ଯୁବକଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରି ଧାରଣାରେ ବସିଛନ୍ତି।

 

ବାଣପୁର ଥାନା ମୃତଦେହ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.