କରୋନା ଭାଇରସ୍‌ : କରୋନା କବଳରେ ବ୍ରିଟେନ୍‌ର ସ୍ବାସ୍ଥ୍ୟମନ୍ତ୍ରୀ

Published: Mar 11, 2020, 10:26 am IST

ବ୍ରିଟେନ୍‌ :ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଭୟଙ୍କର ଭାବରେ ଦୁନିଆର ଅନ୍ୟ ସମସ୍ତ ଦେଶକୁ କବଳିତ କରି ଚାଲିଛି। ଅନ୍ୟ ଦେଶଗୁଡିକରେ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଦୁନିଆର 100ରୁ ଉର୍ଦ୍ଧ୍ବ ଦେଶ ଏହି କରୋନା କବଳରେ କବଳିତ ହୋଇସାରିଲାଣି। ସାରା ବିଶ୍ବରେ ଏହି ଭୟଙ୍କର ରୋଗରେ 4000ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବ୍ରିଟେନ୍‌ର ସ୍ବାସ୍ଥ୍ୟ ମନ୍ତ୍ରୀ ନଦୀନ୍‌ ଡାରିସ୍‌ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍‌ ସାଂସଦ ନଦୀନ୍‌ ଡରିସ୍‌ ଏହି ରୋଗରେ ସଂକ୍ରମିତ ହେବା ପରେ ନିଜକୁ ଅଲଗା ରଖିଛନ୍ତି। ବ୍ରିଟେନ୍‌ରେ ଏ ପର୍ଯ୍ୟନ୍ତ ଏହି ରୋଗରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 373ଜଣ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)

Related posts