ସମୀକ୍ଷା ବ୍ୟୁରୋ
ଅନୁଗୋଳ : ଆଜି ବି ଅଲୋଡା ହେଉଛି ଶିଶୁ କନ୍ୟା । ମଶାଣିରୁ ମିଳିଲା ନବଜାତ ଶିଶୁ କନ୍ୟା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ମଶାଣିରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯାଇଥିବା ବେଳେ ସେଠାରେ ସେ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ ପଡ଼ିଥିବା ଏକ ବ୍ୟାଗ୍ରୁ ନବଜାତକୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ ଛୁଆଟିକୁ ତାଙ୍କ ଘରକୁ ନେଇ ଯାଇଥିଲେ। ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ତେବେ ଶିଶୁଟିକୁ କିଏ କାହିଁକି ମଶାଣିରେ ଛାଡି ଦେଇ ଚାଲିଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ପୋଲିସ୍ ତଦନ୍ତ କରୁଛି ।
Tags: