ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ : ଆକାଶମାର୍ଗରୁ  ଦ୍ଵିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌

Published: Feb 26, 2019, 11:39 am IST
loc terror camp has destroyed by india iair craft strike

ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁ ସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍‌ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି।  ମାତ୍ର ୧୩ ମିନିଟ୍‌ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା। ପ୍ରଥମ ଆକ୍ରମଣ ଭୋର ୩ଟା ୪୫ରେ ବାଲାକୋଟ୍‌ରେ କରାଯାଇଥିଲା। ଏହା ପରେ ୩ଟା ୪୮ରେ ମୁଜାଫରାବାଦ୍‌ ଏବଂ ୩ଟା ୫୮ରେ ଚାକୋଠିରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ୩ଟି ସ୍ଥାନରେ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦିଆଯାଇଛି। ଭାରତୀୟ ବାୟୁ ସେନା ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ୨୦୧୬ରେ ଉରି ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ପାଖାପାଖି ୪୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

Related posts