
ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି। ଏହା ସହିତ ଦିଲ୍ଲୀରେ ସମସ୍ତ ସିନେମା ହଲ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କରୋନା ଭାଇରସର ଭୟାବହତାକୁ ଦେଖି ଏପରି ଆଦେଶ ଜାରି କରିଛନ୍ତି। ଏତଦ୍ବ୍ୟତୀତ ଦିଲ୍ଲୀରେ ଯେଉଁ ସବୁ ସ୍କୁଲ ଓ କଲେଜର ପରୀକ୍ଷା ସରିଯାଇଛି, ସେହି ସମସ୍ତ ସ୍କୁଲ ଓ କଲେଜକୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଖି ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ 73ଟି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ଉତ୍ତରପ୍ରଦେଶ, ଲଦାଖ, ମହାରାଷ୍ଟ୍ରରୁ କରୋନା ସମ୍ପର୍କିତ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ଭାଇରସ୍ ଯୋଗୁଁ ଏବେ ଲୋକପ୍ରିୟ ଆଇପିଏଲ୍ ମଧ୍ୟ ସଂକଟରେ ପଡିଯାଇଛି।
Tags: coronavirus, delhi