Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆ ଟଙ୍କାକୁ ନେଇ ଗୃହ ସରଗରମ
ଆଜିର ଖବର

କାଳିଆ ଟଙ୍କାକୁ ନେଇ ଗୃହ ସରଗରମ

March 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ 545 କୋଟି ଟଙ୍କା ଘରୋଇ ୟେସ୍‌ ବ୍ୟାଙ୍କରେ ଗଚ୍ଛିତ ରହିବା ପ୍ରସଙ୍ଗରେ ତଦନ୍ତ ଲାଗି ଗୃହ କମିଟି ଗଠନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଗ୍ରାହ୍ୟ କରିଦେଇଛନ୍ତି । ଫଳରେ ବିରୋଧୀ କଂଗ୍ରେସ ସଭ୍ୟମାନେ ଏହାର ପ୍ରତିବାଦରେ ବିଧାନସଭାରେ କକ୍ଷତ୍ୟାଗ କରିଛନ୍ତି ।

’କାଳିଆ ନାଁରେ କେଳେଙ୍କାରୀ’ ଓ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ ସମ୍ପର୍କିତ ମୁଲତବୀ ଅର୍ଥ ପ୍ରସ୍ତାବ ନୋଟିସ୍ ଉପରେ ଆଜି ଗୃହରେ ସରଗରମ ଆଲୋଚନା ହୋଇଥିଲା। ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳର ସଭ୍ୟମାନେ ଏହି ଆଲୋଚନାରେ ଭାଗ ନେଇ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ଏବଂ ଗୃହ କମିଟି ଜରିଆରେ ଘଟଣାର ତଦନ୍ତ ଲାଗି ଅଡି ବସିଥିଲେ । କିନ୍ତୁ ଆଲୋଚନାର ଉତ୍ତର ଦେବାବେଳେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହ କମିଟି ଗଠନ ସମ୍ପର୍କରେ କୌଣସି ଉଲ୍ଲେଖ ନକରିବା ଯୋଗୁଁ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ତା’ର ଦୃଢ ପ୍ରତିବାଦ କରିଥିଲେ ଏବଂ ପ୍ରତିବାଦରେ ତାଙ୍କ ଦଳର ସଭ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।

ଆଇନ ମନ୍ତ୍ରୀ ଚାହିଁଲେ ଉତ୍ତର ଦେଇପାରିବେ

ଆଇନ ମନ୍ତ୍ରୀ ଚାହିଁଲେ, ମୁଲତବୀ ପ୍ରସ୍ତାବ ନୋଟିସ୍‌ ଆଲୋଚନାର ଉତ୍ତର ଦେଇପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ରୁଲିଂ ଦେଇଛନ୍ତି । ଆଜି ବିଧାନସଭାରେ ’କାଳିଆ ନାଁରେ କେଳେଙ୍କାରୀ’ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଉପରେ ଅର୍ଥମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ତେବେ ଦେବୋତ୍ତର ସଂସ୍ଥା ଆଇନ୍‌ ବିଭାଗ ଅଧୀନରେ ରହୁଥିବା ଯୋଗୁଁ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଏ ସମ୍ପର୍କିତ ଆଲୋଚନା କାଳରେ ଗୃହରେ ଉପସ୍ଥିତ ରହିବା କଥା ବୋଲି କଂଗ୍ରେସ ସଭ୍ୟମାନେ ଜଣାଇଥିଲେ । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ଗୃହରେ ଉପସ୍ଥିତ ରହିବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଅଡି ବସିଥିଲେ। ଫଳରେ ବାଚସ୍ପତି ଶ୍ରୀ ପାତ୍ର ଉପରୋକ୍ତ ରୁଲିଂ ଦେଇଥିଲେ । ଏହାପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗୃହକୁ ଆସି ନିଜ ଆସନରେ ଚର୍ଚ୍ଚା ସମାପ୍ତ ହେବା ପର୍ଯ୍ୟନ୍ତ ବସି ରହିଥିଲେ। ଫଳରେ ଏଥିନେଇ ବେଶ୍‌ କିଛି ସମୟ ଲାଗି ଗୃହରେ ଉପୁଜିଥିବା ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଘଟିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025
Latest News

ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.