ଅଣାୟତ୍ତ କରୋନା : ଭାରତରେ ପ୍ରଥମ ମୁଣ୍ଡ ନେଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା 74କୁ ବୃଦ୍ଧି

Published: Mar 13, 2020, 9:14 am IST

ନୂଆଦିଲ୍ଲୀ : କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଧିରେ ଧିରେ ଭାରତରେ ନିୟନ୍ତ୍ରଣ ବାହରକୁ ଯିବାରେ ଲାଗିଛି କରୋନା ଭାଇରସ । ପ୍ରତ୍ୟେକ ଦିନ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ନୂଆ ନୂଆ ରୋଗୀଙ୍କ ସଂଖ୍ୟାରେ । କର୍ଣ୍ଣାଟକାରେ ମହାମାରୀ କରୋନା ଭାଇରସ ପ୍ରଥମ ମୁଣ୍ଡ ନେଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି। ସିଦ୍ଦିକି ନିକଟରେ ସାଉଦି ଆରବରୁ ଫେରିଥିଲେ। ଏହାପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିବା ସହ ଦିଲ୍ଲୀର ସମସ୍ତ ସିନେମା ଘରକୁ ମାର୍ଚ୍ଚ31 ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି ସରକାର । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ପ୍ରଥମ ମୃତ୍ୟୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। । (ଏଜେନ୍ସି)

Related posts