ନଦୀରେ ବୁଡି ଦୁଇ ଯୁବକ ମୃତ

Published: Mar 13, 2020, 10:47 am IST

ସମୀକ୍ଷା ବ୍ୟୁରୋ

କେନ୍ଦ୍ରାପଡ଼ା :  ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁହେଁ ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁହିଁଙ୍କର ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ। ଉଭୟ ପାଟକୁରାସ୍ଥିତ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ଏହି ଅଘଟଣ ଘଟିଛି।

ସକାଳ ୯ ଟା ସମୟରେ ଗାଧୋଇବା ପାଇଁ ଉଭୟ ନିକଟସ୍ଥ ନଦୀକୁ ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ପାଇ ନ ଥିଲେ।  ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Related posts