ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ଵୀକୃତି ପାଇଲେ ସ୍ନେହା

Published: Feb 26, 2019, 12:19 pm IST
india's first women to be ligally cast relegionless certificate

ତାମିଲନାଡୁର ବାସିନ୍ଦା ଏମ୍‌ଏ ସ୍ନେହା ବିନା ଜାତି ଧର୍ମର ନାଗରିକ ଭାବେ ସରକାରଙ୍କଠାରୁ ପ୍ରମାଣ ପତ୍ର ପାଇଛନ୍ତି। ତେବେ ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ନେହାଙ୍କୁ ମିଳିଛି ଏହି ପ୍ରମାଣପତ୍ର। ପେଶାରେ ଓକିଲ ଥିବା ସ୍ନେହା କେବେବି ସ୍କୁଲ ଅବା କଲେଜରେ ଜାତି ଓ ଧର୍ମଥିବା କଲମକୁ ପୂରଣ କରି ନାହାଁନ୍ତି। ସ୍ନେହାଙ୍କୁ କୌଣସି ଜାତି ବା ଧର୍ମରୁ ବାଦ୍‌ ଦିଆଯାଇନାହିଁ ବରଂ କୌଣସି ଜାତି ଓ ଧର୍ମ ଉପରେ ସେ ବିଶ୍ଵାସ କରୁନଥିବାରୁ ବିନା ଜାତି ଧର୍ମରେ ଜୀବନ ବିତାଇବାକୁ ଚାହୁଁଛନ୍ତି  । କେବଳ ସ୍ନେହା ନୁହେଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ବିନା ଜାତି ଧର୍ମରେ ତାମିଲନାଡୁର ତିରୁପଥୁରରେ ରହି ଆସୁଛନ୍ତି।

Related posts