Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟାହ୍ନ ଭୋଜନ ଅନିୟମିତତା : ଠିକାଦାରଙ୍କ ମନମାନି ଯୋଗୁଁ ମଧ୍ୟାହ୍ନ ଭୋଜନ ଚାଉଳରେ ଚାଲିଛି ବ୍ୟାପକ ହେରଫେର
ଆଜିର ଖବର

ମଧ୍ୟାହ୍ନ ଭୋଜନ ଅନିୟମିତତା : ଠିକାଦାରଙ୍କ ମନମାନି ଯୋଗୁଁ ମଧ୍ୟାହ୍ନ ଭୋଜନ ଚାଉଳରେ ଚାଲିଛି ବ୍ୟାପକ ହେରଫେର

March 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଳକରେ କିଛିଦିନ ଧରି ମଧ୍ୟାହ୍ନ  ଚାଉଳ ଅଭାବରୁ ୬୦ରୁ ଉର୍ଦ୍ଧ ସ୍କୁଲରେ ମଧ୍ୟାହ୍ନ ଭୋଜନ  ବନ୍ଦ ହୋଇଥିବା ଜଣାପଡ଼ିଛି। ଏନେଇ କିଛିଦିନ ଧରି  ପ୍ରାୟ ୪ ହଜାରରୁ ଉର୍ଦ୍ଧ  ଛାତ୍ରଛାତ୍ରୀମାନେ ଉପବାସରେ ଘରକୁ ଫେରିଥିବା ଜଣାପଡ଼ିଛି । ତେବେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱ ଥିବା ଠିକାଦାରଙ୍କ ମନମାନୀ କାରଣରୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଏହି  ସମସ୍ୟା ନିୟମିତଭାବେ ଲାଗି ରହୁଥିଲେ ମଧ୍ୟ ବିଭାଗୟୀ ଅଧିକାରୀ ଏହି ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ବୁଦ୍ଧିଜୀବୀ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁଜଙ୍ଗ ବ୍ଳକପାଇଁ ଜନୈକ ଠିକାଦାର ଦୀର୍ଘଦିନଧରି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱରେ ରହିଛନ୍ତି । ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟକରି ଏହି ବ୍ୟବସାୟ ସମ୍ପୃକ୍ତ ଠିକାଦାର ଏହି ବ୍ୟବସାୟ ଦୀର୍ଘ ୧୫ ବର୍ଷରୁ ଉରର୍ଦ୍ଧ୍ବ ହେବ ଏହି ବ୍ୟବସାୟ ଚଳାଇ ଆସୁଛନ୍ତି । ଅନେକ ସମୟରେ ମାର୍ଚ୍ଚ ମାସରେ କୌଣସି ବର୍ଷ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ କରାଯାଉନଥିବା ଅଭିଯୋଗ ହୁଏ । ପରେ ଏପ୍ରିଲମାସରେ ଅଳ୍ପ କିଛିଦିନପାଇଁ ଚାଉଳ ଦିଆଯାଉଥିବାବେଳେ ଅବଶିଷ୍ଟ ଚାଉଳ ଆସିଲେ ଦିଅଯିବ ବୋଲି କୁହାଯାଇ ମାସକୁ ଗଡ଼ାଇ ଦିଆଯାଏ । ଏହି ପ୍ରକ୍ରିୟାରେ ପ୍ରାୟ ଗୋଟିଏ ବର୍ଷରେ ଦୁଇରୁ ତିନି ମାସ ଚାଉଳ ଯୋଗାଣ ବନ୍ଦ ରହିଥାଏ ବୋଲି ଅନେକ ବିଦ୍ୟାଳୟର ଶିକ୍ଷକମାନେ ଅଭିଯୋଗ କରିଥାନ୍ତି । ଅନ୍ୟପକ୍ଷରେ ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରଦାନ କରାଯାଉଥିବା ଚାଉଳ ବସ୍ତାରେ ଧାର୍ଯ୍ୟ ୫୦ କିଲୋ ରହୁଥିବା ସରକାରୀ ସୂତ୍ର କହୁଥିବାବେଳେ ବାସ୍ତବରେ ରହିଥାଏ ୪୨ରୁ ୪୫ କିଲୋ ପର୍ଯ୍ୟନ୍ତ ଚାଉଳ । ଏହିଭଳିଭାବେ ମଧ୍ୟାହ୍ନ ଭୋଜନ ଚାଉଳ ସଠିକଭାବେ ବିଦ୍ୟାଳୟକୁ ନ ଆସୁଥିବାରୁ ବର୍ଷରେ ଅନେକ ଦିନ ପିଲାମାନେ ଉପବାସ ରହୁଥିବା ଦେଖାଯାଇଥାଏ । ଆଜି ଏହି କାରଣ ଯୋଗୁ କୁଜଙ୍ଗବ୍ଳକର ଛାତ୍ରଛାତ୍ରୀମାନେ କିଛିଦିନ ହେବ ଉପବାସରେ ଘରକୁ ଫେରୁଥିବା ଜଣାପଡ଼ିଛି ।

ଆଳୁ ଖୋଳଙ୍ଗ ପ୍ରାଥମିକ ବିଦ୍ୟାଳୟ, ଅରଖିଆ ନୋଡ଼ାଲ ୟୁପି ସ୍କୁଲ, ବଡ଼ବନ୍ଧ ପ୍ରାଥମିକ ବିଦ୍ୟାଳୟ, ବାଲିଆପଡ଼ା ପ୍ରାଥମିକ ବିଦ୍ୟାଳୟ , ବାଲିପାରୀ, ଭଣ୍ଡୁଆ ପ୍ରାଇମେରୀ, ଭୂତମୁଣ୍ଡାଇ ନୋଡ଼ାଲ ୟୁପି ସ୍କୁଲ, ବିଶ୍ୱାଳୀ ନୋଡ଼ାଲ ୟୁପି ସ୍କୁଲ, ବୋରିଖି ନୋଡ଼ାଲ ହାଇସ୍କୁଲ,ଚନ୍ଦାପାଟ ୟୁପି ସ୍କୁଲ, ଡ଼ଗରପଡ଼ା ୟୁପି ସ୍କୁଲ, ଦାରଦିଆପୋତାନଇ ନୋଡ଼ାଲ ୟୁପି ସ୍କୁଲ, ଧବଳେଶ୍ୱର ନୋଡ଼ାଲ ହାଇସ୍କୁଲ ହଂସୁରା, ଧୂଁପୁର ୟୁପି ସ୍କୁଲ, ଦୁଆଡ଼ିଆ ପ୍ରାଇମେରୀ ସ୍କୁଲ, ଫୁଲବେଲାରୀ ପ୍ରାଇମେରୀ ସ୍କୁଲ ,ଗଣ୍ଡକିପୁର ପ୍ରାଇମେରୀ ସ୍କୁଲ, ଗରେଇ ଜିପି ହାଇସ୍କୁଲ, ଜିବି ନୋଡ଼ାଲ ୟୁପିସ୍କୁଲ ସନ୍ତରା, ଗୋବିନ୍ଦଚନ୍ଦ୍ର ହାଇସ୍କୁଲ, ଗୋପିଆକୁଦ ପ୍ରାଇମେରୀ ସ୍କୁଲ, ଗୋରଡ଼ ପ୍ରାଇମେରୀ ସ୍କୁଲ, ହରିଅନନ୍ତ ୟୁପି ସ୍କୁଲ, ହସିଣା ପ୍ରାଇମେରୀ ସ୍କୁଲ, କାଠକୋଟ ପ୍ରାଇମେରୀ ସ୍କୁଲ, କେସି ବିଦ୍ୟ।।ପୀଠ ଜାଇଲୋ, କୋଲଡ଼ିଆ ପ୍ରାଇମେରୀ ସ୍କୁଲ, ମଙ୍ଗରାଜପୁର ନୋଡ଼ାଲ ୟୁପି ସ୍କୁଲ, ମୁଷାଡ଼ିଆ ପ୍ରୋଜେକ୍ଟ ୟୁପି ସ୍କୁଲ, ନପଙ୍ଗ ପ୍ରାଇମେରୀ ସ୍କୁଲ, ନାଉଡ଼ିଆ ପ୍ରାଇମେରୀ ସ୍କୁଲ, ନୂଆସାହି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ପାନପଲ୍ଲୀ ନୋଡ଼ାଲ ୟୁପି ସ୍କୁଲ, ପଣ୍ଡୁଆ ନୋଡ଼ାଲ ହାଇସ୍କୁଲ, ପଙ୍କଜବିହାରୀ ପ୍ରାଇମେରୀ ସ୍କୁଲ ତାଳପଡ଼ା, ପଙ୍କପାଳ ନୋଡ଼ାଲ ୟୁପି ସ୍କୁଲ, ପାରିଅଙ୍ଗ ପ୍ରାଇମେରୀ ସ୍କୁଲ, ପାଟପୁର ପ୍ରାଇମେରୀ ସ୍କୁଲ, ପି.ସି ନୋଡ଼ାଲ ୟୁପି ସ୍କୁଲ, ପ୍ରଭାକର ନୋଡ଼ାଲ ୟୁପିସ୍କୁଲ ମୁଥାପଦା,ରେପୁର ପୋଟଣା ନୋଡ଼ାଲ ୟୁପି ସ୍କୁଲ, ସାହାଡ଼ା ପ୍ରାଇମେରୀ ସ୍କୁଲ, ସାଇଲୋ ପ୍ରାଇମେରୀ ସ୍କୁଲ, ସାାଁପୁର ପ୍ରାଇମେରୀ ସ୍କୁଲ, ସିଷ୍ଟର ଅନିରୁଦ୍ଧ ମୋମୋରିଆଲ ବିଦ୍ୟାପୀଠ ଗୋପିଆକୁଦ, ଏସଏମ ୟୁପି ସ୍କୁଲ, ଶ୍ରୀବଳଦେବ ଜୀଉ ହାଇସ୍କୁୁଲ ହସିଣା, ଶ୍ରୀ ବଳଦେବ ଜୀଉ ୟୁପିସ୍କୁଲ ହସିଣା, ଶ୍ରୀ ମା ରାମଚଣ୍ଡୀ ୟୁଜିହାଇସ୍କୁଲ, ତାଳଦଣ୍ଡା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ, ତେନ୍ତୁଲିଆ ଖମାର ୟୁପି ସ୍କୁଲ, ଜିଲ୍ଲାନାସୀ ପଂଚାୟତ ହାଇସ୍କୁଲ, ଜିଲ୍ଲାନାସୀ ପ୍ରାଇମେରୀ ସ୍କୁଲ ପ୍ରମୁଖ ସ୍କୁଲ ମାନଙ୍କରେ ଗତ କିଛିଦିନ ଧରି  ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି।  ଏ ନେଇ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ବିଜୟ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବାବେଳେ ସେ ଫୋନ ଉଠାଇନଥିଲେ । ତେବେ ଅନ୍ୟତମ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ  ମନୋଜ କୁମାର ବେହେରା ଆଜିର ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସ୍ୱଚ୍ଛ ଏବଂ ନିୟମିତ କରିବାକୁ ହେଲେ ବିଭାଗୀୟ ଅଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025
Latest News

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର, ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.