ବାଣପୁର: ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

Published: Mar 14, 2020, 1:06 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁରର ହାତୀମୁଣ୍ଡା ନିକଟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଲୁଗାଁ ନିକଟସ୍ଥ ଆମ୍ବପଡା ଗ୍ରାମର କୃଷ୍ଣବେହେରାଙ୍କ ପୁତ୍ର ୨୮ ବର୍ଷୀୟ ସନ୍ତୋଷ ବେହେରା, ପପୁ ବେହେରା ଓ ସମ୍ପର୍କୀୟ କାବୁ ବେହେରା ଆଙ୍କୁଲାପଦରରୁ ଯାତ୍ରା ଦେଖି ରତନପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ରାତ୍ରି ଦୁଇ ଘଟିକାରେ କଲେଜ ଛକଠାରୁ ପ୍ରତାପ ରାସ୍ତା ମଧ୍ୟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ସନ୍ତୋଷ ବେହେରା ମୃତ୍ୟୁବରଣ କରିଥିବାବେଳେ ପପୁ ବେହେରା ଗଭୀର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେହିପରି ବାଇକ୍‌ ଚାଳକ କାବୁ ବେହେରାଙ୍କ ହାତ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଗାଡିଟିକୁ ଜବତ  କରିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ବାଣପୁର ପୋଲିସ୍‌।

Related posts