ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ ମୋଟ 6,515ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 1,69,524ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍ ପରେ ୟୁରୋପଠାରେ ସବୁଠୁ ଅଧିକ କରୋନା ବ୍ୟାପିଛି। ସ୍ପେନ୍ରେ 105 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୟୁରୋପରେ ମୋଟ 1,907ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଛି । ଇଟାଲୀରେ ରବିବାର ଦିନ 368ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତକଙ୍କ ସଂଖ୍ୟା1809ରେ ପହଞ୍ଚିଛି। ସେହିପରି କରୋନା ଆକ୍ରମଣରେ 24 ହଜାର 747ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚୀନ୍ ପରେ କରୋନା ଭାଇରସ୍ ଯୋଗୁଁ ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ହୋଇଥିବାର ସୂଚନା ରହିଛି।
ଇରାନ୍ରେ କରୋନା ଯୋଗୁଁ 24 ଘଣ୍ଟାରେ 113 ଜଣ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା 724ରେ ପହଞ୍ଚିଛି। ସେହିପରି ଏଥିରେ ଆକ୍ରାନ୍ତ ସଂଖ୍ୟା 13,938ରେ ପହଞ୍ଚିଛି। ସେହିପରି ସ୍ପେନ୍ରେ 24 ଘଣ୍ଟା ମଧ୍ୟରେ 113 ଜଣ ମୃତ୍ୟୁବରଣ କରିଥିବାବେଳେ ମୋଟ 292ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସ୍ପେନ୍ରେ ଆକ୍ରାନ୍ତଙ୍କ ସଖ୍ୟା 7,845ରେ ପହଞ୍ଚିଛି ।
ଭାରତରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା 110 ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ 32ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଭାରତରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।