କରୋନା ଭୟ : ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚିଲା

Published: Mar 16, 2020, 1:32 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଶିକ୍ଷକଙ୍କୁ ମଧ୍ୟ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲ ନ ଆସିଲେ ବି ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦ୍ବାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ । ଦଶମ ଏବଂ ଦ୍ବାଦଶ ପରୀକ୍ଷା ଖାତା ଦେଖା ଯଥାରୀତି ଚାଲିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ଆଜି ରାଜ୍ୟରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟ ସରକାର ବେଶ୍‌ ସତର୍କ ପଦକ୍ଷେପ ନେଉଛନ୍ତି ।

Related posts