Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡସାରୋଳରେ ଶୁଖିଲା ଘଡଘଡି ପଡି ଚାଲିଗଲା ଗୋଟିଏ ନିରୀହ ଜୀବନ
ଆଜିର ଖବର

ବଡସାରୋଳରେ ଶୁଖିଲା ଘଡଘଡି ପଡି ଚାଲିଗଲା ଗୋଟିଏ ନିରୀହ ଜୀବନ

March 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:  ଟୋପାଏ ବି ବର୍ଷା ନାହିଁ ହେଲେ ଘଡଘଡି ପଡି ଚାଲିଗଲା ଏକ ନିରୀହ ଜୀବନ । ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନକପୁର ପଂଚାୟତ ସ୍ଥିତ ବଡସାରୋଳ ଗ୍ରାମର ଦିଜବର ଭୋଇ (୬୦) ସନ୍ଧ୍ୟା ୬ଟା ବେଳେ ନିଜ ଘର ଆଗରେ ଦୁଆର ମୁହଁରେ ବସିଥିଲେ। ଠୋପାଏ ବି ବର୍ଷା ନଥିଲା ହେଲେ ତାଙ୍କ ନିକଟରେ ଥିବା ଏକ ନଡିଆ ଗଛ ଉପରେ ହଠାତ୍ ପ୍ରଚଣ୍ଡ ଶବ୍ଦକରି ଏକ ଶୁଖିଲା ଘଡଘଡି ପଡିବାରୁ ନଡିଆ ଗଛଟି ହୁତୁହୁତୁ ହୋଇ ଜଳିବା ସହ ନଡିଆ ଗଛ ନିକଟରେ ବସିଥିବା ଦିଜବର ଭୋଇଙ୍କ ଦେହରେ ନିଆଁ ଲାଗିଯିବାରୁ ସେହିଠାରେ ସେ ଟଳିପଡିଥିଲେ । ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସ୍ଥଳରେ ହିଁ ଦିଜବରଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି।ଏଥିସହିତ ତିର୍ତ୍ତୋଲ ଦମକଳ ବାହିନୀର ୨ଟି ଗାଡି ଘଟଣା ସ୍ଥଳରେ ପହଁଚି ନଡିଆ ଗଛରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରିଥିଲେ। ଦିଜବରଙ୍କ ମୃତ ଶରୀର ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ରଖାଯାଇଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁବାଇର ଯୁବରାଜଙ୍କ ଦ୍ୱାରା ଆଇଆଇଏମ, ଅହମ୍ମଦବାଦ ଦୁବାଇ କ୍ୟାମ୍ପସ ଉଦଘାଟିତ

September 11, 2025

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ: ମା’ ପୁଅଙ୍କ ସମେତ ୪ ଗିରଫ

September 11, 2025

ନୋଟାରୀ ଓ ଆଇନଜୀବୀଙ୍କ ଲାଗି ହେବ ସ୍ୱତନ୍ତ୍ର ୱେବ ପୋର୍ଟାଲ: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 11, 2025

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025
Latest News

ଦୁବାଇର ଯୁବରାଜଙ୍କ ଦ୍ୱାରା ଆଇଆଇଏମ, ଅହମ୍ମଦବାଦ ଦୁବାଇ କ୍ୟାମ୍ପସ ଉଦଘାଟିତ

September 11, 2025

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ: ମା’ ପୁଅଙ୍କ ସମେତ ୪ ଗିରଫ

September 11, 2025

ନୋଟାରୀ ଓ ଆଇନଜୀବୀଙ୍କ ଲାଗି ହେବ ସ୍ୱତନ୍ତ୍ର ୱେବ ପୋର୍ଟାଲ: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 11, 2025

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୧୦ ନକ୍ସଲ ନିହତ

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.