ଭାରତରେ ତୃତୀୟ ମୁଣ୍ଡ ନେଲା କରୋନା

Published: Mar 17, 2020, 11:11 am IST

ମୁମ୍ବାଇ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା।  ସାରା ବିଶ୍ବରେ ଛଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁବରଣ କରିଛନ୍ତି। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ 12ଟି ନୂଆ ମାମଲା ଆସିଥିବାବେଳେ ସର୍ବମୋଟ କରୋନ ସଂକ୍ରମିତଙ୍କ ସଂଖ୍ୟା 128ରେ ପହଞ୍ଚିଛି । ଏଥିରେ ମହାରାଷ୍ଟ୍ରର ତିନି ବର୍ଷର ଶିଶୁ ମଧ୍ୟ ସାମିଲ୍‌ ରହିଛି। ସଦ୍ୟତମ ସୂଚନାନୁସାରେ ମହାରାଷ୍ଟ୍ରରେ ଜଣେ କରୋନା ପୀଡ଼ିତଙ୍କ ମୃତ୍ୟୁ ହୋଇଛି। କସ୍ତୁରବା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା 64 ବର୍ଷୀୟ ବୟସ୍କଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି ଘଟିଛି। ମହାରାଷ୍ଟ୍ରରେ କରୋନା ପୀଡ଼ିତାଙ୍କ ସଂଖ୍ୟା 39ରେ ପହଞ୍ଚିଛି। ମୁମ୍ବାଇ ପୋଲିସ୍‌ ସହରରେ 144 ଧାରା ଜାରି କରିଛନ୍ତି । ପୁଣରେ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ 16ଟି କରୋନା ମାମଲା ସାମ୍ନାକୁ ଆସିଛି । (ଏଜେନ୍ସି)

Related posts