ଏଣିକି 10ଟାରୁ 4ଟା ପର୍ଯ୍ୟନ୍ତ ମିଳିବ ଆହାର

Published: Mar 17, 2020, 2:31 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଏଣିକି ଦିନ 10ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ରରେ ଆହାର ଦିଆଯିବ। କରୋନା ପାଇଁ ଆହାର କେନ୍ଦ୍ର ଗୁଡ଼ିକରେ କଟକଣା ମଧ୍ୟ ଜାରି କରାଯାଇଛି। ଆହାର କେନ୍ଦ୍ର ଖୋଲା ରହିବା ସମୟକୁ ବୃଦ୍ଧି କରାଯାଇଛି। ଆହାର କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ କରିବାକୁ ସରକାର ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳ, ମୁନିସିପାଲ୍, କର୍ପୋରେସନଙ୍କୁ ଚିଠି ଲେଖାଯାଇଛି। କରୋନା ସଂକ୍ରମଣକୁ ଆଖିରେ ରଖି ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରତି ଆହାର କେନ୍ଦ୍ରର ପ୍ରବେଶ ପଥରେ ହ୍ୟାଣ୍ଡଓ୍ବାସ୍‌ ଓ ସାବୁନ ରହିବ। ସେହିପରି ଆହାର କେନ୍ଦ୍ର ଠାରେ ଲାଗୁଥିବା ଲାଇନରେ ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣେ ବ୍ୟକ୍ତିଠାରୁ ଦେଢ଼ ମିଟର ରହିବ ଦୂରରେ ରହିବେ। ଆହାର କେନ୍ଦ୍ର ଗୁଡିକୁ ପରିଷ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦିଆଯାଇଥିବାବେଳେ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରାଯିବାକୁ ସୂଚନା ରହିଛି।

Related posts