Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟରେ ବିଷଦେଇ ହତ୍ୟା ଅଭିଯୋଗ, ମୃତଦେହ ରଖି ରାସ୍ତାରୋକ
ଆଜିର ଖବର

ଖାଦ୍ୟରେ ବିଷଦେଇ ହତ୍ୟା ଅଭିଯୋଗ, ମୃତଦେହ ରଖି ରାସ୍ତାରୋକ

March 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ:  ଗତ 16 ତାରିଖ ରାତିରେ କାଳିଆପାଟ ଗ୍ରାମରେ ପୈତୃକ ସମ୍ପତ୍ତି ବଣ୍ଟନ ସମୟରେ ବିବାଦ ସମାଧାନ ନହେବାରୁ ଜନୈକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ  ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇ ହତ୍ୟା କରାଯାଇଛି ବୋଲି ମୃତକ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୃତକ ପରିବାର ପକ୍ଷରୁ  ଗତକାଲି ମୃତଦେହକୁ ରଖାଯାଇ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପହଂଚି ବିଭିନ୍ନ ପ୍ରତିଶୃତି ପ୍ରଦାନ କରିବାପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା ।

ଅଭିଯୋଗରୁ ପ୍ରକାଶଯେ,କୁଜଙ୍ଗଥାନା କାଳିଆପାଟ ଗ୍ରାମରେ ସ୍ୱର୍ଗତ ଭରତ ଓଝାଙ୍କ ପୁଅ ମାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଂଟାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା । 16 ତାରିଖ ସନ୍ଧ୍ୟା ସମୟରେ ସରଳା ଓଝା, ନୀରଞ୍ଜନ ଓଝା, କରୁଣା ଓଝା, ଶାନ୍ତିଲତା ଓଝା, ମାଳତୀ ଓଝା ସ୍ଥାନୀୟ ଭଦ୍ରଲୋକଙ୍କ ଜରିଆରେ ସମ୍ପତ୍ତି ବିବାଦର ସମାଧାନପାଇଁ ଆଲୋଚନାରେ ବସିଥିଲେ । ବିଳମ୍ବିତ ରାତିରେ ପବିତ୍ର ଓଝା ଘରକୁ ଫେରି ନଖାଇ ଶୋଇଥିଲେ । ତାଙ୍କର ପତ୍ନୀ  ତଥା ଅଭିଯୋଗକାରିଣୀ ସବିତା ଓଝା ତାଙ୍କୁ ଖାଇବାକୁ ଡ଼ାକିବାରୁ ସେ ଖାଇକରି ଆସିଥିବା କହିଥିଲେ। ଏହାର ପରେପରେ ତାଙ୍କର କ୍ରମାଗତ ଭାବେ ବାନ୍ତି ହୋଇଥିଲା । ଫଳରେ ତାଙ୍କୁ ଚିକିତ୍ସାପାଇଁ  କୁଜଙ୍ଗ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେ ବିଷ ଖାଇଥିବା ଜଣାପଡ଼ିଥିଲା । କିଛି ସମୟ ଚିକିତ୍ସା କରିବାପରେ ଡ଼ାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ତେବେ ସମ୍ପତ୍ତି ବାଡ଼ି ଭାଗ ବଂଟାର ବିବାଦ ନତୁଟିବାରୁ ତାଙ୍କୁ ଅଭିଯୁକ୍ତ ମାନେ ଖାଦ୍ୟରେ ବିଷ ଦେଇ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ମୃତଦେହ ବ୍ୟବଚ୍ଛେଦ ହେବାପରେ ଶବକୁ ରଖି କୁଜଙ୍ଗ-ତ୍ରିଲୋଚନପୁର ରାସ୍ତାକୁ ଷଣ୍ଢଛକ ନିକଟରେ ଅବରୋଧ କରାଯାଇଥିଲା ।  ମୃତକ ପରିବାରର ସଦସ୍ୟ ଏବଂ ସ୍ଥାନୀୟ ଶତାଧିକ ଲୋକମାନେ ଗତକାଲି ଅପରାହ୍ନ ୨ଟା ଠାରୁ ସାଢେ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ।

ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, କୁଜଙ୍ଗ ତହସିଲଦାର ପ୍ରଭାଷ କୁମାର ବେହୁରା, ସ୍ଥାନୀୟ ସରପଂଚ ନନ୍ଦିନୀ ପଣ୍ଡା, ଜିଲ୍ଲାପରିଷଦସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଘଟଣା ସ୍ଥଳକୁ ଆସି ଆଲୋଚନା କରିଥିଲେ । ଆଲୋଚନାପରେ ବିଭିନ୍ନ ସରକାରୀ ସହାୟତା ପାଇଁ ପ୍ରତିଶୃତି ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026
Latest News

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.