କରୋନା ପାଇଁ ହାଟ ଉପରେ ଲାଗିଲା କଟକଣା : ଏଣିକି ସକାଳ 6ରୁ ସନ୍ଧ୍ୟା 6

Published: Mar 18, 2020, 12:28 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ପାଇଁ ହାଟ ଉପରେ କଟକଣା ଲଗାଇଲା ବିଏମ୍‌ସି। ଭୁବନେଶ୍ବର ଅଞ୍ଚଳରେ ରହିଥିବା ସମସ୍ତ ହାଟଗୁଡିକ ଉପରେ ଲାଗିଲା କଟକଣା। ୟୁନିଟ୍‌ 1 ହାଟ, ୟୁନିଟ 2 ମାର୍କେଟ, ସହିଦ ନଗର ମାର୍କେଟ,  ରୁଚିକା ଡେଲି ମାର୍କେଟ, ଓଲ୍‌ଡ ଟାଉନ୍‌ ଡେଲି ମାର୍କେଟ୍‌, ଇନ୍ଦ୍ରଧନୁ ଡେଲି ମାର୍କେଟ୍‌  ଓ ଡମଣା ମାର୍କେଟ୍‌ ଆଦି ପାଇଁ କଟକଣା ଜାରି ହୋଇଛି। ସକାଳ 6ଟାରୁ ହାଟ ଖୋଲାଯାଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଏହି କଟକଣା ମାର୍ଚ୍ଚ 31 ଯାଏଁ ଲାଗି  ରହିବ। ସନ୍ଧ୍ୟା ସମୟରେ ପ୍ରବଳ ଭିଡ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ସେହିପରି ଅନ୍ୟ ହାଟଗୁଡିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ଅନ୍ୟ ହାଟଗୁଡିକୁ ମଧ୍ୟ ବନ୍ଦ କରାଯିବ।

Related posts