ବାଲୁଗାଁରେ ବଜ୍ରପାତ: ହୁତୁ ହୁତୁ ଜଳୁଥିବା ନଡିଆ ଗଛର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌

Published: Mar 19, 2020, 8:12 pm IST

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: କାଳବୈଶାଖୀ ପ୍ରଭାବରେ ବ୍ରଜପାତ କାରଣରୁ ଏକ ନଡିଆ ଗଛଟି ଜଳୁଥିବାର ଦେଖିବାକୁ ମିଳିଛି। ବାଲୁଗାଁ ଏନ୍‌ଏସି ଅନ୍ତର୍ଗତ ପାଟଣାସାହିରେ ଏହି ଘଟଣା ଘଟିଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ କାଳବୈଶାଖୀ କାରଣରୁ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡ ତୋଫାନ ହୋଇଥିଲା। ଏହି ସମୟରେ ପାଟଣାସାହିର ସର୍ବସାଧାରଣ ସ୍ଥାନରେ ରହିଥିବା ଏକ ନଡିଆ ଗଛ ଉପରେ ବଜ୍ରପାତ ହୋଇଥିଲା।

ବଜ୍ରପାତରେ ଗଛଟି ହୁତୁହୁତ ହୋଇ ଜଳୁଥିବା ବେଳେ ଏହାର ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅପରାହ୍ନ ୫ଟା ବେଳେ ନଡିଆ ଗଛରେ ନିଆଁ ଲାଗିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ନଡିଆ ଗଛଟି ହୁତୁହୁତୁ ହୋଇ ଜଳିଥିଲା। ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥିବା ଖବର ମିଳିଛି।

Related posts