ନିର୍ଭୟା କାଣ୍ଡ : ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍‌ ବକ୍ସ ଚାବି ହସ୍ତାନ୍ତର କଲେ ଜହ୍ଲାଦ

Published: Mar 19, 2020, 9:29 pm IST

ନୂଆଦିଲ୍ଲୀ : ଦୀର୍ଘ 7 ବର୍ଷ ପରେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ । ଫାଶୀ ଦଣ୍ଡାଦେଶ ପ୍ରଦାନ ପୂର୍ବରୁ ଜହ୍ଲାଦ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବ୍ଲାକ୍‌ବକ୍ସର ଚାବି ହସ୍ତାନ୍ତର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପଓ୍ବନ୍‌ ଜହ୍ଲାଦ ଚାବି ହସ୍ତାନ୍ତର କରିଛନ୍ତି । ତିହାର ଜେଲ୍‌ର ସେଲ୍‌ ନମ୍ବର 3ରେ ପୂର୍ବରୁ ଡମି ଏକ୍ସକ୍ୟୁସନ୍‌ କରାଯାଇଥିବା ବେଳେ ଆସନ୍ତା କାଲି ଭୋର୍‌ 5.30ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯିବ । ଜହ୍ଲାଦ ଚାବି ପ୍ରଦାନ କରିବା ସମୟରେ ଜେଲ ଓ୍ବାର୍ଡେନ୍‌ ଏବଂ ଜେଲ୍‌ ସୁପରିଟେଣ୍ଡେଣ୍ଟ ଉପସ୍ଥିତ ଥିଲେ । ଜେଲ୍‌ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲାକ୍‌ ବକ୍ସଟିକୁ ଖୋଲାଯିବା ପରେ ପୁନର୍ବାର ବନ୍ଦ କରି ଦିଆଯାଇଛି । (ଏଜେନ୍ସି)

Related posts