ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ମୁକାବିଲା ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । କରୋନା ସତର୍କତା ପାଇଁ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ସତର୍କତା ପାଇଁ ମଲ୍, ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ୍, ବାର୍, କଫି ସଫ୍ ଇତ୍ୟାଦିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏବେ ପାର୍କ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଦ୍ବୈତନଗରୀ ଭୁବନେଶ୍ବର ଏବଂ କଟକରେ ବନ୍ଦ ରହିବ ସବୁ ପାର୍କ । ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ବନ୍ଦ ରହିବ ବୋଲି ସୂଚନା ରହିଛି । ଆସନ୍ତାକାଲିଠାରୁ 31 ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ରହିବ । କରୋନା ମୁକାବିଲା ନେଇ ପାର୍କ ବନ୍ଦ କଲା ବିଏମସି, ସିଏମସି । ପୂର୍ବରୁ ସହରାୟ୍ଚଳରେ ଥିବା ସମସ୍ତ ପାର୍କକୁ ଦିନ ଦୁଇଟା ପରେ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Tags: କରୋନାସତର୍କତା, ପାର୍କ