ଆରଆଇସି ସମ୍ମିଳନୀରେ ସୁଷମା ସ୍ଵରାଜ : ପାକିସ୍ତାନ ସହ କୌଣସି ପ୍ରକାରର ପ୍ରତିସ୍ପର୍ଦ୍ଧା ନାହିଁ

Published: Feb 27, 2019, 1:13 pm IST
indian foreign minister dares to pakistan in irc conference

ଚୀନ୍‌ରେ ଷୋଡଶ ଆରଆଇସି (ରୁଷ୍‌-ଭାରତ-ଚୀନ୍‌) ସମ୍ମିଳନୀ ଆଜି ଆରମ୍ଭ ହୋଇଛି । ଏଥିରେ ୩ ଦେଶର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି ।  ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ପ୍ରତିନିଧିମାନେ ମଧ୍ୟ ଯୋଗଦେଇଛନ୍ତି । ତେବେ ଏହି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ସମ୍ବୋଧିତ କରିବା ଅବସରରେ ପୁଲ୍‌ୱାମା ଆକ୍ରମଣ ଓ ପିଓକେ ପ୍ରସଙ୍ଗ ଉଠାଇଥିଲେ । ଏହି ଅବସରରେ ଅନ୍ତର୍ରାଷ୍ଟ୍ରୀୟ ସମୁଦାୟକୁ ଆଶ୍ଵସ୍ତ ଦେବା ସହ ଭାରତ ଦ୍ଵାରା ପାକିସ୍ତାନର ସାମିରକ ପ୍ରତିଷ୍ଠାନ ଉପରେ କୌଣସି ପ୍ରକାରର ଆକ୍ରମଣ କରାଯାଇନାହିଁ । ଏହା କେବଳ ଆତଙ୍କବାଦ ଦମନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୁଷମା କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନର ମୂଳ ଉଦ୍ଦେଶ୍ୟ କେବଳ ଆତଙ୍କବାଦର ମୂଳୋତ୍ପାଟନ । ଜୈଶ୍‌-ଏ-ମହମ୍ମଦ ଆତଙ୍କୀ ସଂଗଠନକୁ ରୋକିବା ତଥା ଏହି ଆତଙ୍କୀ ସଂଗଠନ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ସ୍ଵରୂପ ବାଲାକୋଟ ଆକ୍ରମଣ କରାଯାଇଛି ।  ଭାରତ ପାକିସ୍ତାନ ସହ କୌଣସି ପ୍ରକାରର ପ୍ରତିସ୍ପର୍ଦ୍ଧା ରଖୁନାହିଁ । ଭାରତ ନିଜର ପ୍ରତିବଦ୍ଧତା ଓ ସଂଯମ ସହ କାମ କରୁଛି ବୋଲି ସୁଷମା କହିଛନ୍ତି ।

Related posts