ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ଭିତରେ ମୁକେଶ

Published: Feb 27, 2019, 4:41 pm IST

ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୫୪ ବିଲିୟନ ଡଲାର ସହିତ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ‘ଦ ହୁରୁନ ଗ୍ଲୋବାଲ ରିଚ୍‌ ଲିଷ୍ଟ ୨୦୧୯’ ଅନୁଯାୟୀ ଆମାଜନ ମୁଖ୍ୟ ଜେଫ୍‌ ବେଜୋସ୍‌ କ୍ରମାଗତ ଦ୍ୱିତୀୟ ବର୍ଷ ପ୍ରଥମ ସ୍ଥାନରେ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ବୃଦ୍ଧି କାରଣରୁ ମୁକେଶ ୩.୮୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ୧୦ମ ସ୍ଥାନରେ ପହଂଚିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁକେଶଙ୍କ ୫୨ ପ୍ରତିଶତ ଅଂଶଧନ ରହିଛି। ୭ ବର୍ଷ ଭିତରେ ମୁକେଶଙ୍କ ସମ୍ପତ୍ତିରେ ୩୦ ବିଲିୟନ ଡଲାର ବୃଦ୍ଧି ହୋଇଛି ପ୍ରବାସୀ ଭାରତୀୟ ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷ ଏସ୍‌.ପି. ହିନ୍ଦୁଜା ୨୧ ବିଲିୟନ ଡଲାର ସହ ଦ୍ୱିତୀୟ ଭାରତୀୟ ଓ  ୱିପ୍ରୋ ଅଧ୍ୟକ୍ଷ ଅଜୀମ ପ୍ରେମଜୀ ୧୭ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି।

Related posts