ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ : ୧୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ

Published: Feb 27, 2019, 4:36 pm IST
CM Naveen Patnaik lays foundation stone of projects costing 1250 Crores at rayagada

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ।  ଏହାଛଡ଼ା ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଛନ୍ତି । ସମାବେଶରେ ନବୀନ ପଟ୍ଟନାୟକ ୧୫୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍‌, ୧୧୮୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଥିଲେ। ରାୟଗଡ଼ା ଜିଲ୍ଲାର ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଡମନି ସହାୟତା ପାଇଥିବା ୬୭୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨ କୋଟି ୨୦ ଲକ୍ଷ ଟଙ୍କା ଡିଜିଟାଲ୍‌ ସଶକ୍ତିକରଣ ନିମନ୍ତେ ପାଇଥିବା ୬୭୩୫ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨କୋଟି ୭୫ ଲକ୍ଷ ଟଙ୍କା ସହାୟତା ପାଇଥିବା ୧୧ଟି ବ୍ଳକ୍‌ସ୍ତରୀୟ ମହାସଂଘର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେ ୧୪୪ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ମିଶନ୍‌ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦେଇଥିଲେ।

Related posts