ବିମାନ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି । ଏପରି ସ୍ଥିତି ଜାରି ରହିଲେ ଭାରତ ଓ ପାକିସ୍ତାନର ପରିସ୍ଥିତି ଆହୁରି ଜଟିଳମୟ ହେବ, ଯାହାକୁ ସେ ନିଜେ କିମ୍ବା ନରେନ୍ଦ୍ର ମୋଦି କେହି ବି ଅଟକାଇପାରିବେ ନାହିଁ । ଆତଙ୍କବାଦୀ ବିରୁଦ୍ଧରେ ସେ କଥାବାର୍ତ୍ତା ସହ ସହଯୋଗ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି । ଆଜି ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନ ଭାରତର ବାୟୁସୀମା ନିୟନ୍ତ୍ରଣ ସୀମାରେଖା ଅତିକ୍ରମ କରିଥିବାବେଳେ ଭାରତୀୟ ବାୟୁସେନା ଏହାକୁ ନଷ୍ଟ କରିଦେଇଛି । ଏହି ବିମାନଟି ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ପଡିଛି । ତେବେ ଭାରତ ପକ୍ଷରୁ ମଧ୍ୟ ଗୋଟିଏ ମିଗ୍-୨୧ ବିମାନ ଧ୍ୱଂସ ପାଇଯାଇଛି ।
Tags: imrankhan, thesamikhsya