କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ତିନି ମାସର ଦରମା ଦାନ କଲେ ସାଂସଦ ସସ୍ମିତ ପାତ୍ର

Published: Mar 25, 2020, 2:39 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ହାତ ବଢଉଛନ୍ତି ଅନେକ ଶିଳ୍ପ ସଂସ୍ଥା ତଥା ସାଂସଦମାନେ । ଏହି କ୍ରମରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ଜନ୍ମଦିନରେ ଅର୍ଥାତ୍‌ ମାର୍ଚ୍ଚ 23 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ତିନିମାସର ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ନିଜେ ଘରେ ରହି ଅନ୍‌ ଲାଇନ୍‌ ପୋର୍ଟାଲ୍‌ ବ୍ୟବହାର କରି ସେ ନିଜର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି ।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନିମାସର ଦରମା ଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ତାରା ପଟ୍ଟନାୟକ  1 କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିଥିବାବେଳେ ଓଏମ୍‌ସି ମଧ୍ୟ 500 କୋଟି ଟଙ୍କା ଦାନ କରିଛି ।

Related posts