ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିଭି

Published: Feb 28, 2019, 1:04 pm IST
Adivi Sesh to play Major Sandeep Unnikrishnan

ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁଙ୍କ ଦ୍ଵାରା ନିର୍ମିତ ତଥା ଶଶୀକିରଣ ଟିକ୍କାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ‘ମେଜର୍‌’ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ତେଲୁଗୁ ଅଭିନେତା ଆଦିଭି ଶେଷ । ଏହି ଫିଲ୍ମଟି ୨୬/୧୧ ଆକ୍ରମଣ ଘଟଣାକୁ ନେଇ ପର୍ଯ୍ୟବସିତ ହୋଇଥିବାବେଳେ ଏଥିରେ ମେଜର୍‌ ସନ୍ଦୀପ୍‌ ଉନ୍ନିକ୍ରିଷ୍ଣନ୍‌ଙ୍କ ଚରିତ୍ର ନିଭାଇବେ ଆଦିବି । ଏହି ଫିଲ୍ମର ଫାଷ୍ଟ ପୋଷ୍ଟରକୁ ମହେଶ ବାବୁ ସେୟାର୍‌ କରିଛନ୍ତି । ୨୬/୧୧ ଘଟଣାରେ ନିଜର ପରାକ୍ରମ ତଥା ଦେଶପ୍ରେମର ପ୍ରମାଣ ଦେଖାଇଥିବା ମେଜର୍‌ ସନ୍ଦୀପ ଉନ୍ନିକ୍ରିଷ୍ଣନ୍‌ଙ୍କୁ ୨୦୦୯ରେ ଅଶୋକ ଚକ୍ରରେ ସମ୍ମାନ କରାଯାଇଥିଲା । ଏଭଳି ଜଣେ ବୀର ବାହାଦୂରଙ୍କ ଚରିତ୍ର ନିଭାଇବାକୁ ନେଇ ଆଦିଭି ବହୁତ ଉତ୍ସାହିତ ରହିଛନ୍ତି । ଆଦିଭି ‘କର୍ମ – ଡୁ ୟୁ ବିଲିଭି’ରୁ ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ଲେଡିଜ୍‌ ଆଣ୍ଡ୍‌ ଜେଣ୍ଟିଲ୍‌ମ୍ୟାନ୍‌, ବାହୁବଲି- ଦ ବିଙ୍ଗିନିଙ୍ଗ୍‌, ଦୋଙ୍ଗାଟା, ଖସନମ୍‌, ଆମିତୁମି, ଗୁଡାଚାରୀ ଆଦି ଫିଲ୍ମରେ ନଜର ଆସିଛନ୍ତି ।

 

 

Related posts