ପଶ୍ଚିମବଙ୍ଗରେ ପୁଣି ଆଉଜଣଙ୍କ ମୁଣ୍ଡ ନେଲା କରୋନା

Published: Mar 30, 2020, 11:00 am IST

କୋଲକାତା : ପୁଣି ପଶ୍ଚିମବଙ୍ଗରୁ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ ଯୋଗୁଁ ସୋମବାର ଦିନ ଜଣକର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍‌ ଦୁଇଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ 18ଜଣ ଲୋକେ ସଂକ୍ରମିତ ରହିଛନ୍ତି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 30କୁ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ଦେଖାଦେଇଥିବା 5ଟି ମାମଲାରେ ଜଣେ 11 ବର୍ଷ ପୁଅ, ଛଅ ବର୍ଷର ଶିଶୁ ଓ 9 ବର୍ଷର ଝିଅଟିଏ ମଧ୍ୟ ସାମିଲ୍‌ ରହିଛି । ସେହିପରି ରାଜ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 27 ବର୍ଷୀୟା ଯୁବତୀ ମଧ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ତେବେ ଏମାନେ ଦିଲ୍ଲୀଠାରେ ୟୁକେର ଫେରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସି ସଂକ୍ରମିତ ହୋଇଥିଲେ।

ସେମାବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1139 ରହିଥିବାବେଳେ କ୍ରମାଗତ ଭାବେର ଏହା ବୃଦ୍ଧି ପାଉଛି। ଆଜି ମଧ୍ୟପ୍ରଦେଶରୁ 8ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ବିଶ୍ବରେ 7.10 ଲକ୍ଷ ମାମଲା ସାମ୍ନାକୁ ଆସିଛି। (ଏଜେନ୍ସି)

Related posts