Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ପାଇଲଟ୍‌ଙ୍କୁ କାଲି ଛଡ଼ାଯିବ – ଇମ୍ରାନ୍‌ ଖାନ୍‌
ଆଜିର ଖବର

ଭାରତୀୟ ପାଇଲଟ୍‌ଙ୍କୁ କାଲି ଛଡ଼ାଯିବ – ଇମ୍ରାନ୍‌ ଖାନ୍‌

February 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Wing Commander Abhinandan to be released tomorrow: Imran Khan
Wing Commander Abhinandan to be released tomorrow: Imran Khan

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଜାରି ରହିଥିବାବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ୱିଙ୍ଗ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଆସନ୍ତା କାଲି ଭାରତକୁ ଫେରାଇଦେବେ ବୋଲି କହିଛନ୍ତି । ଏନେଇ ଇମ୍ରାନ୍‌ ଖାନ୍‌ ସଂସଦରେ ଘାେଷଣା କରିଛନ୍ତି । ବିଶ୍ୱ ସମୁଦାୟ ଆଗରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାଇଁ ପାକିସ୍ତାନ ନିନ୍ଦିତ ହୋଇପଡିଛି । ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ନ ଉପୁଜାଇବା ପାଇଁ ତଥା ନିଜର ପ୍ରତିଛବି ବଦଳାଇବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ରକ୍ଷା କରିବାକୁ  ଚାହିଁଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଫୋନ୍‌ରେ ବାର୍ତ୍ତାଳାପ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସୂଚନା ରହିଥିଲା । ସେହିପରି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନେଜିର ଭୁଟ୍ଟୋଙ୍କ ନାତୁଣୀ ତଥା ଲେଖିକା ଫାତିମା ଭୁଟ୍ଟୋ ମଧ୍ୟ ଭାରତୀୟ ପାଇଲଟ୍‌କୁ ଭାରତକୁ ଫେରାଇଦେବାକୁ ଇମ୍ରାନ୍‌ ଖାନ୍‌ଙ୍କୁ ଅନୁରୋଧ କରିଛନ୍ତି ।  ଗତକାଲି ପାକିସ୍ତାନ ସେନା ବିମାନ ଏଫ୍‌-୧୬ ଭାରତରେ ବାୟୁସୀମା ଉଲ୍ଲଂଘନ କରିଥିବାବେଳେ ଭାରତୀୟ ସେନା ଗୁଳି ମାରି ବିମାନଟିକୁ ଖସାଇ ଦେଇଥିଲେ । ସେହିପରି ପାକିସ୍ତାନୀ ସେନା ମଧ୍ୟ ଭାରତର ଏକ ଯୁଦ୍ଧ ବିମାନକୁ ଖସାଇବା ସହ ଜଣେ ଭାରତୀୟ ଓିଙ୍ଗ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବନ୍ଦୀ କରି ନେଇ ଯାଇଥିଲେ । ଭାରତୀୟ ବାୟୁସେନାର ପାଇଲଟ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ସୁରକ୍ଷିତ ଫେରାଇବା ପାଇଁ କୌଣସି ମୂଲଚାଲ ବା ଡିଲ୍‌କୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କୁହାଯିବା ସହିତ ପାକିସ୍ତାନ ତାଙ୍କୁ ତୁରନ୍ତ ଭାରତକୁ ଫେରାଉ ବୋଲି ଦାବି କରାଯାଇଥିଲା । ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇବାକୁ ପାକ ଅଧିକାରୀଙ୍କୁ ତାଗିଦ କରାଯାଇଛି।

 

capturedindianpilot thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.