ଗେଲଙ୍କ ବିଶ୍ଵ ରେକର୍ଡ : ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ମାରିଲେ ୫୦୦ ଛକା

Published: Feb 28, 2019, 6:35 pm IST
gayle creats world record, smashes 500 sixes in odi

କ୍ରିସ୍ ଗେଲ୍ ନିଜର ୨୫ତମ ଶତକ ହାସଲ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଗେଲ ମାତ୍ର ୫୫ ବଲରେ ଶତକ ମାରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୫୦୦ ଛକା ମାରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ଶାହିଦ ଆଫ୍ରିଦି ମୋଟ ୩୫୧ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ନିଜର ୧୬୨ ରନର ମାରାଥନ ଇନିଂସ୍ ମଧ୍ୟରେ ୧୪ ଛକା ମାରିଛନ୍ତି। ଦିନିକିଆରେ ଗେଲଙ୍କ ଛକା ସଂଖ୍ୟା ୩୦୫ରେ ପହଞ୍ଚିଛି। ଏହାଛଡ଼ା ଗେଲ୍ ଟେଷ୍ଟରେ ୯୮ ଏବଂ ଟି-୨୦ରେ ୧୦୩ ଛକା ମାରିଛନ୍ତି। ଗେଲ ମଧ୍ୟ ଦିନିକିଆରେ ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଏବଂ ବିଶ୍ୱର ୧୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଇଣ୍ଡିଜର କିମ୍ବଦନ୍ତୀ ବ୍ରାଏନ୍ ଲାରା ମଧ୍ୟ ଏହି  ଲିଷ୍ଟରେ ସାମିଲ୍‌ ଅଛନ୍ତି।

Related posts