3 ମାସ ପାଇଁ ଘରଭଡା ଛାଡ କରିବାକୁ ଘର ମାଲିକଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Apr 3, 2020, 8:41 am IST

ଭୁବନେଶ୍ବର, ବର୍ତ୍ତମାନ ସାରା ବିଶ୍ବରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଘର ମାଲିକମାନେ ବଦାନ୍ୟ ହେବା ଆବଶ୍ୟକ। ଅନ୍ତତଃ ପକ୍ଷେ ତିନି ମାସ ପାଇଁ ଘରଭଡା ନ ମାଗିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟୁଇଟ୍ ଏ ସଂପର୍କରେ ସେ ଲେଖିଛନ୍ତି ଯେ, ଘରମାଲିକମାନେ ମଧ୍ୟ ଏପରି ଦୁଃସ୍ଥିତି ସମୟରେ କାହାକୁ ଘରୁ ବାହାର କରିବା ମଧ୍ୟ ଠିକ୍ ନୁହେଁ। ଏହି ଛାଡ ବେଳେ ମୁଖ୍ୟତଃ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

କରୋନା ପାଇଁ ବର୍ତ୍ତମାନ ସାରା ପୃଥିବୀ ଲକଡାଉନ ଅବସ୍ଥାରେ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିସ୍ଥିତିରେ ଲୋକମାନେ ରୋଜଗାର କରିବା ମଧ୍ୟ ସମ୍ଭବପର ନୁହେଁ। ସେହିପରି ଭାରତରେ ମଧ୍ୟ କରୋନା ଭଇରସ ତାଣ୍ଡବ ସୃଷ୍ଟି କରିବାରେ ଲାଗିଛି। ଏପରି କ୍ଷେତ୍ରରେ ବିଭିନ୍ନ କଂପାନୀମାନେ ସରକାରଙ୍କୁ ସହଯୋଗ କରିବାକୁ ହାତ ବଢାଇଛନ୍ତି। ବିଭିନ୍ନ ଅନୁଷ୍ଠାନ ଏବଂ ଏନଜିଓଗୁଡିକ ମଧ୍ୟ ଏ କ୍ଷେତ୍ରରେ କାମ କରୁଛନ୍ତି। ସେହିପରି ପରିସ୍ଥିତିରେ ଘର ମାଲିକମାନେ ମଧ୍ୟ ସହଯୋଗର ହାତ ବଢାଇବା ଆବଶ୍ୟକ ରହିଛି।

Related posts