ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର :ଓଡିଶା ପାଇଁ ଦୁଃସମ୍ବାଦ। ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସୂର୍ୟ ନଗର ସ୍ଥିତ ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ ଦଳବେହରାଙ୍କ ପରିବାର ଓ ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ଭିତରୁ ସାତଜଣଙ୍କ ଦେହରେ କରୋନା ଭୂତାଣୁ ମିଳିଛି। ଏହା ଏକ ପ୍ରକାର ସ୍ପଷ୍ଟ ଗୋଷ୍ଠୀ ସଂକ୍ରମଣର ସଙ୍କେତ ବୋଲି ଆମେ କହିପାରିବା। ଭୁବନେଶ୍ୱର ବମିଖାଲ ଅଞ୍ଚଳର ୩ ଜଣ, ଭଦ୍ରକରେ ୨ ଜଣ, କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଆଜି ଚିହ୍ନଟ କରାଯାଇଛି। ରାଜ୍ୟରେ ଆଜି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ଆଜି ପର୍ୟନ୍ତ ମୋଟ ୧୩୯୫ ଲୋକଙ୍କ ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କର ଫଳାଫଳ ପୋଜିଟିଭ ଆସିଥିବା ସୂଚନା ମିଳିଛି।
Tags: