Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛ’ମାସର ଶିଶୁଠାରେ ମିଳିଲା କରୋନା ପଜିଟିଭି : ଚିକିତ୍ସା ପାଇଁ ଡାକ୍ତରଖାନାର ଚକ୍କର କାଟିଲା ମା’
ଆଜିର ଖବର

ଛ’ମାସର ଶିଶୁଠାରେ ମିଳିଲା କରୋନା ପଜିଟିଭି : ଚିକିତ୍ସା ପାଇଁ ଡାକ୍ତରଖାନାର ଚକ୍କର କାଟିଲା ମା’

April 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସାରା ଭାରତରେ କରୋନା ବ୍ୟାପିଥିବାବେଳେ ଏହି କରୋନା କାହାରିକୁ ବି ଛାଡୁ ନାହିଁ । ଏହି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଛଅ ମାସର ଶିଶୁ । ମୁମ୍ବାଇର କଲ୍ୟାଣର ଜଣେ ମହିଳା କରୋନା ଆକ୍ରାନ୍ତ ଛ’ ମାସର ଶିଶୁକୁ ନେଇ ତିନି ତିନିଟା ହସ୍ପିଟାଲକୁ ଦୌଡ଼ିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଶଶ୍ବୁରଙ୍କ ନିକଟରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ମହିଳା ଜଣକ ନିଜ ଛଅ ମାସର ଶିଶୁକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ତିନି ତିନିଟି ହସ୍ପିଟାଲ ବୁଲିବାକୁ ପଡିଥିଲା ।

ଗୁରୁବାର ଦିନ ମହିଳାଙ୍କ 67 ବର୍ଷୀୟ ଶ୍ବଶୁର କରେନା ପଜିଟିଭି ଚିହ୍ନଟ ହେବା ପରେ ଘରେ ରହୁଥିବା ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କ ପରୀକ୍ଷା ହେବା ପାଇଁ ଆଇସୋଲେସନ୍ ପାଇଁ ନଗରପାଳିକା ହସ୍ପିଟାଲକୁ ପଠାଯାଇଥିଲା ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ଜଣକୁ ଛଅ ବର୍ଷ ହୋଇଥିବାବେଳେ ଆଉ ଜଣକୁ ଛ ମାସ । ଶୁକ୍ରବାର ଦିନ ଶିଶୁଟିକୁ ଜ୍ବର ହୋଇଥିବାବେଳେ ସକାଳୁ ସକାଳୁ ଶିଶୁର ଅବସ୍ଥା ବିଗିଡି ଯାଇଥିଲା । ସେ ପ୍ରଥମେ ଶାସ୍ତ୍ରୀ ନଗର ହସ୍ପିଟାଲ୍‌କୁ ପଠାଯାଇଥିଲା ଯେଉଁଠାରେ କିଛି ବ୍ୟବସ୍ଥା ନଥିଲା । ବହୁ ଅନୁନୟ କରିବା ପରେ ଶାସ୍ତ୍ରୀନଗର ହସ୍ପିଟାଲର ଅଧିକାରୀ ଏକ ଆମ୍ବୁଲାନ୍ସ ଦେଇଥିଲେ ତା’ପରେ ସେମାନେ ତାରଦେବ ଏସଆରସିସି ହସ୍ପିଟାକୁ ଯାଇଥିଲେ।  ସେଠାରେ ଶିଶୁଟିର ଚିକିତ୍ସା କରିବା ପାଇଁ ମନା କରିଥିଲେ । କାରଣ ସେଠାରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ହେଉନଥିଲା । ଏହାପରେ ସେମାନେ କସ୍ତୁରବା ହସ୍ପିଟାଲ ଆସିଥିଲେ। ବହୁ ଘଣ୍ଟାର ଅନୁରୋଧ ପରେ ଏସ୍‌ଆରସି ହସ୍ପିଟାଲ ଜଣେ ବରିଷ୍ଠ ଡାକ୍ତର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଏକ ଚିଠି ଲେଖିଥିଲେ।

ମହିଳା ଜଣକ ଶିଶୁଟିକୁ ନେଇ କସ୍ତୁରବା ହସ୍ପିଟାଲରେ ପହଞ୍ଚିବା ପରେ ଶିଶୁଟିର ଅବସ୍ଥା ବେଶ୍‌ ସଂକଟାପନ୍ନ ହୋଇଯାଇଥିଲା। ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶିଶୁଟିର ଚିକିତ୍ସା ଜାରି ରହିଥିବାବେଳେ ଶିଶୁଟି ମଧ୍ୟ କରୋନାଗ୍ରସ୍ତ ହୋଇଥିବାର ଜଣାପଡିଛି।  ଏବେ ମହିଳାଙ୍କ ସମ୍ପୂର୍ଣ୍ଣ ପରିବାର କସ୍ତୁରବା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ମହିଳାଙ୍କ ଶଶ୍ବରୁ ଅଥବା ତାଙ୍କ ପରିବାରର କୌଣସି ବ୍ୟକ୍ତି ବିଦେଶ ଯାତ୍ରା କରିଥିବାର ପ୍ରମାଣ ନାହିଁ। କିନ୍ତୁ ପରିବାରରେ ଦୁଇ ଲୋକଙ୍କ ମଧ୍ୟରେ ସଂକ୍ରମଣ ଦେଖିବାକୁମିଳିଥିଲା। ଏହାପରେ ସେମାନେ ରହୁଥିବା କଲ୍ୟାଣ ଡୋମ୍ବିବଲୀ କ୍ଷେତ୍ରକୁ ମଧ୍ୟ ସିଲ୍‌ କରିଦିଆଯାଇଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025
Latest News

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.