କରୋନା ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍‌ ରହିଛି : ବିଏମ୍‌ସି କମିଶନର

Published: Apr 5, 2020, 9:05 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ବିଏମସ୍‌ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କରୋନା ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍‌ ଜଣାପଡିଛି ବୋଲି କହିଛନ୍ତି । ରାଜ୍ୟରୁ ଧରାପଡିଥିବା ପଞ୍ଚମ ଆକ୍ରାନ୍ତ ଜଣକ ଧରାପଡିବା ପରେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ସେ ରାଜ୍ୟ ବାହାରକୁ ଯାଇନଥିବାବେଳେ ସଂକ୍ରମିତ କିପରି ହେଲା ତାହାକୁ ନେଇ ତନାଘନା କରାଯାଇଥିଲା। ଏଥିପାଇଁ 48 ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସୂର୍ଯ୍ୟନଗରରକୁ ସିଲ୍‌ କରାଯାଇ ଏହାର ଅନୁସନ୍ଧାନ କରାଯାଉଛି । ତେବେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ଜଣେ ପରିବାର ସଦସ୍ୟ କୋଲକାତା ଯାଇଥିବା ସ୍ପଷ୍ଟ ହୋଇଛି । ସମ୍ପୃକ୍ତ ସଦସ୍ୟ ଚାରିଦିନ କୋଲକାତାରେ ରହିଥିଲେ। ସମ୍ପୃକ୍ତ ସଦସ୍ୟଙ୍କ ସାମ୍ପଲ୍‌ ରିପୋର୍ଟ ପଜିଟିଭ୍‌ ଥିବା ଜଣାପଡିଛି।

ସେହିପରି ବମିଖାଲ ଆକ୍ରାନ୍ତଙ୍କର ମଧ୍ୟ ବାହାର ରାଜ୍ୟ ଲିଙ୍କ୍‌ ରହିଥିବାର ଜଣାପଡିଛି। ଆକ୍ରାନ୍ତ ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି। ଭୋପାଳରେ ରହୁଥିବା ବାପା ମଧ୍ୟ କରୋନା ଆକ୍ରାନ୍ତ। ସେହିପରି ପୁରୀରୁ ଚିହ୍ନଟ ଆକ୍ରାନ୍ତ ଜଣେ ପୋଷ୍ଟ ମ୍ୟାନ୍। ଆକ୍ରାନ୍ତ ଜଣକ ଭୁବନେଶ୍ବର ବିଜେବି ନଗର ସବ୍‌ ପୋଷ୍ଟ ଅଫିସ୍‌ରେ କାମ କରନ୍ତି। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ପୋଷ୍ଟ ମ୍ୟାନ୍‌ ହୋଇଥିବାରୁ କୋର୍ଟ ଓ ଗୌତମନଗର ଅଞ୍ଚଳରେ ଚିଠି ବାଣ୍ଟିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର । 104 ନମ୍ବରକୁ ଡାଏଲ୍‌ କରି ପଞ୍ଜୀକରଣ କରିବାକୁ ଅନୁରୋଧ କଲେ। ପଞ୍ଜିକରଣ କରି ନିଜେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି  ବିଏମସି କମିଶନର।

Related posts