ସ୍ବୟଂସହାୟକ ଗୋଷ୍ଠୀଙ୍କ ନିଆରା ଉଦ୍ୟମ : ସାବୁନ ଦେଇ ହାତ ଧୋଇବା ପାଇଁ କରୁଛନ୍ତି ସଚେତନ

Published: Apr 6, 2020, 3:36 pm IST

ବବୁଲୁ ସାହୁ

କଳାହାଣ୍ଡି : ସମଗ୍ର ରାଜ୍ୟରେ ବା ସମଗ୍ର ଦେଶରେ କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ରହୁଥିବାବେଳେ  କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୨୧ଦିନର ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟସରକାର ମଧ୍ୟ ଏନେଇ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ତଥା ସତର୍କ କାର୍ଯ୍ୟମାନ କରୁଛନ୍ତି । ଏପରି ସମୟରେ ଅନେକ ଯାଗାରେ ଲୋକେ କରୋନା ଭାଇରସକୁ ନେଇ ସଚେତନତା କରୁଥିବାର ଦେଖିବାକୁ ମିଳିଥିବା ବେଳେ କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ ସାପଲହରା ଗ୍ରାମରେ ସଚେତନତା କରୁଛନ୍ତି। ମାଁ ପଦ୍ମାଳୟା ଏସ୍‌ଏଚଜି ଗ୍ରୁପର ମହିଳା ମାନେ ଘର ଘର ବୁଲି ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରିବା ସହ କରୋନା ଭାଇରସ ଉପରେ ସଚେତନତା କରୁଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀର ଏଭଳି କାର୍ଯ୍ୟକୁ ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି।

Related posts