କରୋନାରୁ ମୁକ୍ତ ହେଲେ କନିକା : ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ

Published: Apr 6, 2020, 4:32 pm IST

ନୂଆଦିଲ୍ଲୀ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଗାୟିକା କନିକା କପୁର୍‌ । କରୋନା ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲରେ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ପାଞ୍ଚ ଥର ତାଙ୍କର ପରୀକ୍ଷା କରାଯିବା ପରେ ଷଷ୍ଠ ଥର ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।  ସେ ହସ୍ପିଟାଲରୁ ମୁକ୍ତି ପାଇଥିବାବେଳେ  14 ଦିନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ଗାୟିକା କନିକା କପୁର୍‌ଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ସେ ବହୁ ବିବାଦୀୟ ହୋଇପଡିଥିଲେ । ଲଣ୍ଡନରୁ ଫେରିଥିବା ଗାୟିକା ଜଣକ ବିମାନବନ୍ଦରରେ ବିନା ଯାଞ୍ଚରେ ଆସିଥିବାବେଳେ ହୋମ କ୍ବାରେଣ୍ଟାଇନରେ ନ ରହି ବହୁ ପାର୍ଟିରେ ଉପସ୍ଥିତ ରହିଥିଲେ । କରୋନା ସଂକ୍ରମିତ ହୋଇ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ନ କରିଥିବାରୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ କନିକାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ କରାଯାଇଛି। ଲକ୍ଷ୍ନୌସ୍ଥିତ ସରୋଜିନୀ ନଗର ପୋଲିସ ଷ୍ଟେସନରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଆଇପିସି ଧାରା 188, 269 ଓ 270 ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯାହାବି ହେଉ କରୋନା ସହ ଲଢି ଜିତି ପାରିଛନ୍ତି ଗାୟିକା କନିକା କପୁର୍‌ । (ଏଜେନ୍ସି)

Related posts