ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଏବେ ସମେସ୍ତ ସାହାଯ୍ୟର ହାତ ବଢାଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ପାରାଦୀପ ଟ୍ରକ୍ ମାଲିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ 5 ଲକ୍ଷ ଟଙ୍କା ଦାନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ବୀପ ଟ୍ରକ୍ ଓନରସ୍ ଆସୋସିଏସନ ତରଫରୁ ଆସୋସିଏସନର ସଭାପତି ସୁମନ୍ତ କୁମାର ବିଶ୍ବାଳ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ତାଙ୍କ ସହିତ ପାରାଦ୍ବୀପ ଟ୍ରକ୍ ଓନରସ୍ ଆସୋସିଏସନର ଯୁଗ୍ମ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ।
ସେହିପରି ପାରାଦ୍ବୀପ ଜଗନ୍ନାଥ ଟ୍ରକ୍ ଓନର୍ ଆସୋସିଏସନ ପକ୍ଷରୁ ସଭାପତି ଛଇଳ ଚରଣ ଜେନା ଓ ସମ୍ପାଦକ ମନୋଜ କୁମାର ସ୍ବାଇଁ ଜିଲ୍ଲାପାଳଙ୍କୁ ୩ଲକ୍ଷ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣ ମଞ୍ଜରୀ ନାୟକଙ୍କ ଉପସ୍ଥିତିରେ ବିରିଡ଼ି ବ୍ଲକର ଗୌରୀ ଦେବୀ ପ୍ରଡ୍ୟୁସର ଗୃପ୍ ପକ୍ଷରୁ ସଭାନେତ୍ରୀ ସବିତା ଦାସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ହଜାର ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।