ଆଜି କେନ୍ଦ୍ରାପଡାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା 40କୁ ବୃଦ୍ଧି

Published: Apr 6, 2020, 10:04 pm IST

ଭୁବନେଶ୍ବର, ଆଜି ଜଣେ ମାତ୍ର କୋଭିଡ19 ଆକ୍ରାନ୍ତ ଚିହ୍ନଟ ହୋଇଛି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡାର ଏବଂ ତାଙ୍କ ବୟସ ହେଉଛି 32 ବର୍ଷ। ସେ 24 ମାର୍ଚ୍ଚରେ ଦୁବାଇରୁ ଆସିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ତାଙ୍କର ନମୂନା ପରୀକ୍ଷା କରିବା ପରେ ପଜେଟିଭ ଜଣାପଡିଲା। ଫଳରେ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଁଚିଛି। ଏହି ଖବର ଜଣାପଡିବା ପରେ ସେ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ ଆରମ୍ଭ ହୋଇଛି।

ତେବେ ଏ ସଂପର୍କରେ ସରକାରଙ୍କ ତରଫରୁ କଣ କଣ ପଦକ୍ଷେପ ନିଆଯାଉଛି ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଓଡିଶାରେ ଏକମାତ୍ର ପଜେଟିଭି ମିଳିଥିବାରୁ ସାମାନ୍ୟ ଆସ୍ବସ୍ଥୀ ମିଳିଛି।

Related posts