
ଭୁବନେଶ୍ବର: କରୋନା ରୋଗୀର ମୃତ୍ୟୁ ଏବଂ ଶବସତ୍କାର ସମ୍ପର୍କରେ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ସରକାରଙ୍କ ତତ୍ତ୍ବାବଧାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ବାବଧାନରେ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନାରେ ମୃତ୍ୟୁ ହେଲେ କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ବାଗ୍ଚୀ। କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟସରକାରଙ୍କୁ ହସ୍ପିଟାଲ ଶବ ଦେବ ବୋଲି କହିଛନ୍ତି ବାଗ୍ଚୀ।