Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ସବୁ ବିଧାୟକ ପାଣ୍ଠି କରୋନା ପାଇଁ ଖର୍ଚ୍ଚ ହେବ, କ୍ୟାବିନେଟ ବୈଠକରେ ନିଆଯାଇପାରେ ନିଷ୍ପତି
ଆଜିର ଖବର

ରାଜ୍ୟର ସବୁ ବିଧାୟକ ପାଣ୍ଠି କରୋନା ପାଇଁ ଖର୍ଚ୍ଚ ହେବ, କ୍ୟାବିନେଟ ବୈଠକରେ ନିଆଯାଇପାରେ ନିଷ୍ପତି

April 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟର ଜରୁରୀ ବୈଠକ। ବର୍ତ୍ତମାନ ପରିସ୍ଥିତିରେ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ବୈଠକରେ କଣ ଆଲୋଚନା ହେବ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବିଶ୍ବସ୍ଥ ସୁତ୍ରର ଖବର ଅନୁସାରେ ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ସେଥିପାଇଁ ବିଧାୟକ ପାଣ୍ଠିକୁ କୋଭିଡ19 ମୁକାବିଲା ପାଣ୍ଠିକୁ ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟ ମଞ୍ଜୁରୀର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଏପରି ଜରୁରୀ ବୈଠକ ଡାକିଛନ୍ତି।

ଗତକାଲି ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏମଏଲଏ ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯାଉ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏମପି ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତି କରିଛନ୍ତି। କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା।

ବର୍ତ୍ତମାନ ନୂଆ ନିଷ୍ପତି ଅନୁସାରେ ଓଡିଶାରେ ବିଧାୟକ ପାଣ୍ଠି ବା ଏମଏଲଏ ଲ୍ୟାଡ କୋଟିଏ ଟଙ୍କାରୁ ତିନି କୋଟିକୁ ବୃଦ୍ଧି କରାଯାଇଛି। ଯଦି ରାଜ୍ୟର 147 ଜଣ ବିଧାୟକଙ୍କ ଏହି ପାଣ୍ଠିକୁ କରୋନା ପାଣ୍ଠିକୁ ବଦଳାଯାଏ ତେବେ ମୋଟ 441 କୋଟି ଟଙ୍କା ଆସିବ। ଯଦି ଦୁଇ ବର୍ଷର ପାଣ୍ଠିକୁ ଏଥିରେ ବିନିଯୋଗ ପାଇଁ ନିଷ୍ପତି କରାଯାଏ ତେବେ ଏହା 882 କୋଟି ଟଙ୍କା ହେବ। ଏହି ଟଙ୍କା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରଙ୍କୁ ଏକ ବଡ ସହଯୋଗ ହୋଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ହୀରାକୁଦରେ ଉଦଘାଟିତ ହେଲା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’

October 3, 2025

ପାହାଡ ଧସିବା ନେଇ ଆଇଆଇଟି ଭୁବନେଶ୍ୱରର ବଡ ଗବେଷଣା, ପାର୍ବତ୍ୟ ଅଞ୍ଚଳର ଛୋଟ ଜଳାଶୟ ମୁଖ୍ୟ କାରଣ

October 3, 2025
Latest News

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ହୀରାକୁଦରେ ଉଦଘାଟିତ ହେଲା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’

October 3, 2025

ପାହାଡ ଧସିବା ନେଇ ଆଇଆଇଟି ଭୁବନେଶ୍ୱରର ବଡ ଗବେଷଣା, ପାର୍ବତ୍ୟ ଅଞ୍ଚଳର ଛୋଟ ଜଳାଶୟ ମୁଖ୍ୟ କାରଣ

October 3, 2025

ଆଜି ୧୦,୦୦୦ ଲେଖାଏଁ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ମୁଖ୍ୟମନ୍ତ୍ରୀ କରିବେ ପ୍ରଦାନ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.