Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଯୋଗୁଁ ସଂକଟରେ ଉଦ୍ଧବଙ୍କ ଚୌକି
ଆଜିର ଖବର

କରୋନା ଯୋଗୁଁ ସଂକଟରେ ଉଦ୍ଧବଙ୍କ ଚୌକି

April 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଚଳିତ ମହାରାଷ୍ଟ୍ର ରାଜନୀତିରେ ବହୁ ରାଜନୈତିକ ଡ୍ରାମା ପରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ରୂପେ ଅବସ୍ଥାପିତ ହୋଇଛନ୍ତି । ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ନଭେମ୍ବର 28ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥଗ୍ରହଣ କଲେ । ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀ ହୋଇଯିବା ଛଅ ମାସ ନ ପୂରୁଣୁ ପୁଣି ଥରେ ତାଙ୍କ ଚୌକି ଉପରେ ସଂକଟର ବାଦଲ ଘନେଇଛି । ତେବେ ଏଥର କୌଣସି ବିରୋଧୀଙ୍କ ଈଶାରାରେ ଏହି ସଂକଟ ଆସିନି ବରଂ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଯୋଗୁଁ ଏହି ସ୍ଥିତି ଉପୁଜିଛି ।

କହିବାର କଥା ଏହିକି ଯେ, ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକ୍‌ରେ କୌଣସି ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର ଧାରା 164 (4) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଛ’ ମାସ ଭିତରେ ଅର୍ଥାତ୍‌ ମେ 29, 2020 ପୂର୍ବରୁ ରାଜ୍ୟ ବିଧାନମଣ୍ଡଳର ଯେକୌଣସି ଗୃହର ସଦସ୍ୟତା ନେବା ଅନିବାର୍ଯ୍ୟ । ଯାହାକୁ ନେଇ ଏବେସଂଶୟ ଦେଖାଦେଇଛି । କରୋନାର ଗ୍ରହଣ ଏବେ ଉଦ୍ଧବ ଚୌକି ଉପରେ ପଡିଯାଇଛି । ଦେଶ ଏବେ କରୋନା ମହାମାରୀ ସହ ଲଢେଇ ପାଇଁ ଲାଗୁ ରହିଛି ଲକ୍‌ ଡାଉନ୍‌ । ଏପରି ସ୍ଥିତିରେ ଉଦ୍ଧବ କିପରି ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର ସଦସ୍ୟ ହୋଇପାରିବେ, ତାହା ଏବେ ପ୍ରଶ୍ନ ଉଠୁଛି ।

ଉଦ୍ଧବ ଠାକ୍‌ରେ ଏବେ ବିଧାନସଭା (ଏମ୍‌ଏଲ୍‌ଏ) ବା ବିଧାନ ପରିଷଦ(ଏମଏଲସି)ର ସଦସ୍ୟ ହେବା ଆବଶ୍ୟକ ହୋଇପଡିଛି । କିନ୍ତୁ କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏପରି ସମୟରେ ମହାରାଷ୍ଟ୍ର ଏମଏଲସିରେ ହେବାକୁ ଥିବା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଏହି କାରଣରୁ ଠାକ୍‌ରଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ।

ମହାରାଷ୍ଟ୍ର ବିଧାନସଭ ପରିଷଦର 9 ସଦସ୍ୟଙ୍କ କାର୍ଯ୍ୟକାଳ ଅପ୍ରେଲ୍‌ 24ରେ ଶେଷ ହେଉଛି । ଏହି 9 ବିଧାନ ପରିଷଦ ଆସନରେ ନିର୍ବାଚନ ହେବାକୁ ଥିଲା, ଯାହାକୁ ଏବେ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି 9ଟି ଆସନ ମଧ୍ୟରୁ ଗୋଟିଏରେ ଉଦ୍ଧବ ଠାକ୍‌ରେ ନିର୍ବାଚନ ଲଢିବେ ବୋଲି ରହିଥିଲା । କିନ୍ତୁ ଏବେ ଏହି ବିକଳ୍ପ ମଧ୍ୟ ନାହିଁ ।

ଅପରପକ୍ଷରେ ବିଧାନସଭାର ସଦସ୍ୟ ହେବା ପାଇ ଠାକ୍‌ରେ ନିଜ ଦଳର କୌଣସି ବିଧାୟକଙ୍କ ଇସ୍ତଫା ଦେବକୁ ପଡିବ । ଏହା ପରେ 29 ମଇଠାରୁ 45 ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଉପନିର୍ବାଚନର ଘୋଷଣା କରିବେ । କିନ୍ତୁ ନିକଟରେ ମହାରାଷ୍ଟ୍ରର ରାଜନୈତିକ ସମୀକରଣକୁ ଦେଖିଲେ ଏପରି ସମ୍ଭାବନା ମଧ୍ୟ ସ୍ପଷ୍ଟ ହେବାପରି ଲାଗୁନାହିଁ ।

ତେବେ ଉଦ୍ଧବଙ୍କ ପାଖରେ ଅନ୍ୟ ଏକ ବିକଳ୍ପ ରହିଛି । ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେବାକୁ ଥିବା ବିଧାନ ପରିଷଦର ଦୁଇଟି ଆସନ ଖାଲି ରହିଛି । ଏହି ଆସନରୁ ଗୋଟିଏ ଆସନ ଉଦ୍ଧବଠାକ୍‌ରେ ନାମ ନାମିତ କରିବା ପାଇଁ ରାଜ୍ୟପାଳଙ୍କ ନିକଟକୁ ସରକାର ସୁପାରିଶ୍‌ କରିପାରନ୍ତି । ଯଦି ସରକାରଙ୍କ ଦ୍ବାରା ପଠାଯାଇଥିବା ନାମକୁ ରାଜ୍ୟପାଳ ସହମତି ଦିଅନ୍ତି ତେବେ ଉଦ୍ଧବଙ୍କ ଏହି ସମସ୍ୟାରସମାଧାନ ହୋଇପାରିବ ।

ସେହିପରି ଅନ୍ୟ ଏକ ବିକଳ୍ପ ହିସାବରେ ଉଦ୍ଧବ ଠାକ୍‌ରେ ନିଜ ପଦରୁ ଇସ୍ତଫା ଦେଇ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରିବେ । ଏପରି ସମୟରେ ତାଙ୍କୁ ବିଧାନମଣ୍ଡଳର ସଦସ୍ୟ ହେବା ପାଇଁ ପୁନଃ ଛମାସର ସମୟ ମିଳିପାରିବ ।

କିନ୍ତୁ ଏହି ଦ୍ବିତୀୟ ବିକଳ୍ପରେ ସବୁଠୁ ବଡ ଅସୁବିଧା ହେଉଛି ଯେ, ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ତେବ ଏହା ପୂରା କ୍ୟାବିନେଟ୍‌ର ଇସ୍ତଫା ରୂପେ ଗଣାଯିବ । ଏପରି ସମୟରେ ଉଦ୍ଧବଙ୍କ ସହିତ ପୁନଃ ମନ୍ତ୍ରିମଣ୍ଡଳର ଦ୍ବିତୀୟ ଥର ଶପଥ ନେବାକୁ ପଡିବ । କରୋନା ଭାଇରସ୍‌ ଯୋଗୁଁ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଥିବାରୁ ଏବେ ଏପରି କରିବା ବହୁ କଷ୍ଟକର ହୋଇପଡିବ । ଗୋଟିଏ ପଟେ ଉଦ୍ଧବ ସରକାର କରୋନା ସହ ଲଢେଇ କରୁଥିବାବେଳେ ଏହି କରୋନା କବଳରୁ ନିଜ ଚୌକିକୁ କିପରି ବଞ୍ଚାଇବେ ତାହା ଏକ ବଡ ପ୍ରଶ୍ନ ହୋଇପଡିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026
Latest News

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.