(ସମୀକ୍ଷା ବ୍ୟୁରୋ) ଆଜି ଓଡିଶା ଲାଗି ଆଶ୍ବସ୍ତିର ଖବର। ରାଜ୍ୟରେ ଆଜି ପରୀକ୍ଷା ହୋଇଥିବା ୪୦୦ ସନ୍ଦିଗ୍ଧ ନମୁନା ନେଗେଟିଭ ବାହାରିଛି। ଅର୍ଥାତ ଆଜି କୌଣସି କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ନାହାନ୍ତି। ଆଜି ଆରଏମଆରସିରେ ୨୬୪, ଏମ୍ସରେ ୬୦ ଓ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ୭୬ ନମୂନା ପରୀକ୍ଷା ହୋଇଥିଲା। ଏ ଯାବତ ରାଜ୍ୟରେ ମୋଟ ୨୮୪୧ ନମୂନା ପରୀକ୍ଷା ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ରାଜ୍ୟରେ ମୋଟ ୩୯ଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ସକ୍ରିୟ ରହିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି।