ଭାରତରେ ପହଞ୍ଚିଲେ ବୀର ଯବାନ୍‌ ଅଭିନନ୍ଦନ

Published: Mar 1, 2019, 9:42 pm IST
iaf pilot abhinandan came back

ଭାରତରେ ପାଦ ଦେଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସବୁ ଔପଚାରିକ ପ୍ରକ୍ରିୟା ପୂରା କରିବା ପରେ ଅଭିନନ୍ଦନଙ୍କୁ ରାତି ୯ଟା ୨୧ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ । ଅଟାରୀ-ୱାଘା ବର୍ଡର ଦେଇ ଅଭିନନ୍ଦନ ଭାରତରେ ପ୍ରବେଶ କରିଛନ୍ତି। ଶତ୍ରୁର ମୁକାବିଲା କରି ପାକିସ୍ତାନ କବଜାକୁ ଚାଲି ଯାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟାରୀ ବର୍ଡରରେ ଭବ୍ୟ ସ୍ଵାଗତ କରାଯାଇଛି। ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ ବର୍ଡରରେ ସକାଳୁ ଅପେକ୍ଷା କରି ରହିଥିବା ହଜାର ସଂଖ୍ୟକ ଲୋକେ ବହୁ ଉତ୍ସାହର ସହ ଜୋରଦାର ସ୍ଵାଗତ କରିଛନ୍ତି। ଗତକାଲି ଅନ୍ତରାଷ୍ଟ୍ରୀୟ ଚାପ ପଡ଼ିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ -–ପାକ୍‌ ମଧ୍ୟରେ ଶାନ୍ତିର ବାତାବରଣ ପାଇଁ ସଂସଦରେ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଘୋଷଣା କରିଥିଲେ। ଖବର ମୁତାବକ ଅଭିନନ୍ଦନଙ୍କୁ ଅମୃତସର ଅଣାଯିବ। ତା ପରେ ଅଭିନନ୍ଦନଙ୍କ ମେଡିକାଲ ଚେକ୍ ଅପ କରାଯିବ। ଏହା ପରେ ତାଙ୍କୁ ଦିଲ୍ଲୀ ଅଣାଯିବ ବୋଲି କୁହାଯାଉଛି। ଜେନେଭା ରାଜିନାମା ଆଧାରରେ ପାକିସ୍ତାନ ଅଭିନନ୍ଦନକୁ ଭାରତକୁ ଫେରାଇଛନ୍ତି ।  ଗତ ବୁଧବାର ଦିନ ଭାରତ ସୀମାରେ ପାକିସ୍ତାନର ଲଢୁଆ ବିମାନ ପଶି ଆସିଥିଲେ। ମିଗ୍ ୨୧ ପାକ୍ ଲଢୁଆ ବିମାନକୁ ପିଛା କରି ପାକିସ୍ତାନର ଏଫ ୧୬କୁ ମାରି ଖସାଇ ଦେଇଥିଲେ। ଦୁର୍ଭାଗ୍ୟବଶତଃ ମିଗ୍ ୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଓ୍ଵିଙ୍ଗ କମାଣ୍ଡର ପାରାଚ୍ୟୁଟ ଜରିଆରେ ଅଭିନନ୍ଦନ ଓହ୍ଲାଇବାକୁ ପ୍ରୟାସ କରିବା ବେଳେ ଏଲଓସି ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଖସି ପଡ଼ିଥିଲେ। ଏହା ପରେ ପାକିସ୍ତାନୀ ସେନା ତାଙ୍କୁ ଧରି ନେଇଥିଲେ।

Related posts