Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ବାସନ୍ଦ କରିବା ମାମଲା ଜୋର ଧରିଲା
ଆଜିର ଖବର

ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ବାସନ୍ଦ କରିବା ମାମଲା ଜୋର ଧରିଲା

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bcci may be discuss about pakistan in icc meeting
bcci may be discuss about pakistan in icc meeting

ଆଜି ଦୁବାଇ ଠାରେ ଆଇସିସିର ମହତ୍ବପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଆଲୋଚନା ହେବ। ପାକିସ୍ତାନକୁ ଖେଳରୁ ବାସନ୍ଦ କରିବାପାଇଁ ସବୁ ସଦସ୍ୟଙ୍କ ଠାରୁ ମତାମତ ନେବାର ସୂଚନା ରହିଛି। ବିଶେଷକରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଜବୁତର ସହ ଏହି ମୁଦ୍ଦାକୁ ଆଇସିସି ସାମ୍ନାରେ ଉଠେଇବାର ସମ୍ଭାବନା ରହିଛି। ପୂର୍ବରୁ ଭାରତୀୟ ଦଳର ପୁରୁଖା ଖେଳାଳି ଏବଂ ବର୍ତ୍ତମାନର ଖେଳାଳି ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ଛିନ୍ନ କରିବାପାଇଁ ସଂକେତ ଦେଇସାରିଛନ୍ତି। କେବଳ ସେତିକି ନୁହଁ ଦେଶର ବୁଦ୍ଧିଜୀବୀ ଓ ଖେଳପ୍ରେମୀମାନେ ପାକିସ୍ତାନ ସହ କ୍ରିକେଟ ନ ଖେଳିବାପାଇଁ ପରାମର୍ଶ ଦେଇଛନ୍ତି। ନିକଟରେ ଦେଶର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ମିଡିଆ ଚ୍ୟାନେଲରେ ନିଜର ମତାମତ ରଖିବାସହ କଡାକଡି ଭାବରେ ପାକିସ୍ତାନ ସହ କୌଣସି ସମ୍ପର୍କ ନ ରଖିବାପାଇଁ ସବୁଜ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ଆଉ ଖେଳ ଏକସାଥିରେ ହେବା ସମ୍ଭବ ନୁହଁ। ତେଣୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପାକିସ୍ତାନର କାର୍ଯ୍ୟକଳାପ ଉପରେ କଡା ନିନ୍ଦା କରିବା ସହ ପାକିସ୍ତାନକୁ ବିଶ୍ୱରୁ ଏକଘରିକିଆ କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଆଇସିସିର ଆଜିର ବୈଠକରେ ପାକିସ୍ତାନର ବିଶ୍ଵକପ କ୍ରିକେଟ ଖେଳିବାକୁ ନେଇ ସବିଶେଷ ମତ ଉପରେ ସମସ୍ତଙ୍କର ନଜର ରହିଛି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.