Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳକ୍ଳିଷ୍ଟଙ୍କୁ ଦୂଷିତ ଜଳ: ପାନୀୟ ଜଳ ଯୋଗାଣକୁ ନେଇ ଅଞ୍ଚଳରେ ଅସନ୍ତୋଷ
ଆଜିର ଖବର

ଜଳକ୍ଳିଷ୍ଟଙ୍କୁ ଦୂଷିତ ଜଳ: ପାନୀୟ ଜଳ ଯୋଗାଣକୁ ନେଇ ଅଞ୍ଚଳରେ ଅସନ୍ତୋଷ

April 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଜଳକ୍ଳିଷ୍ଟ ବିଶ୍ୱାଳୀ ପଂଚାୟତକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଯୋଗାଣ କରାଯାଉଥିବା ପାନୀୟ ଜଳରେ ବିଷାକ୍ତ ପୋକ ରହୁଥିବାବେଳେ ଟାଙ୍କିକୁ ସଠିକ୍‌ ଭାବେ ପରିଚ୍ଛନ୍ନ କରାଯାଉନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଫଳରେ ଠିକାଦାର ଜରିଆରେ ଜଳ ଯୋଗାଣ କରୁଥିବା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ଏହି କାର୍ଯ୍ୟର ତଦାରଖ ସଠିକ ଭାବେ କରୁନଥିବା ଅଭିଯୋଗ ହେଉଛି।

ପ୍ରକାଶଯେ ବିଶ୍ୱାଳୀ ବ୍ଳକ ଏକ ଜଳକ୍ଳିଷ୍ଟ ପଂଚାୟତ ଭାବେ ବେଶ ଜଣାଶୁଣା। ଏଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। ଫଳରେ ପଂଚାୟତର ବିଶ୍ୱାଳୀ, କୋଲଡ଼ିଆ, ନରେନ୍ଦ୍ରପୁର, ପୀତାମ୍ବରପୁର, କାଠଗଡ଼ା ଆଜି ଗ୍ରାମକୁ କୁଜଙ୍ଗସ୍ଥିତ ଗ୍ରାମ୍ୟ ପାନୀୟ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ସେଠାରେ ଠିକାଦାର ନିଯୁକ୍ତି କରାଯାଇ ଜଳଯୋଗାଣ କରାଯାଉଛି। ତେବେ ଟ୍ରାକ୍ଟର ଯୋଗେ ପ୍ରଦାନ କରାଯାଉଥିବା ଏହି ପାନୀୟ ଜଳ ଆସୁଥିବା ଟାଙ୍କିକୁ ସଠିକଭାବେ ସଫା କରାଯାଉନାହିଁ। ଫଳରେ ଟାଙ୍କିରେ ଜୀବନ୍ତ ବିଷାକ୍ତ ପୋକ ରହିବା ସହିତ ଅନ୍ୟାନ୍ୟ ଆବର୍ଜନା ଭରି  ରହୁଛି। ଫଳରେ ସ୍ଥାନୀୟ ଲୋକମାନେ ଏହାକୁ ପାନୀୟ ଜଳଭାବେ ବ୍ୟବହାର ନକରି ନର୍ଦ୍ଦମାରେ ଢାଳିଦେଉଛନ୍ତି।

ଜଳ ଯୋଗାଣ ପାଇଁ ବିଭାଗ ଠିକାଦାର ନିଯୁକ୍ତି କରିଛି। ଠିକାଦାରମାନେ ପାନୀୟ ଜଳଯୋଗାଣ କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ପରେ ଲକ୍ଷଲକ୍ଷ ଟଙ୍କା ଉଠାଇବେ। ମାତ୍ର ପ୍ରଦାନ କରୁଥିବା ପାଣିକୁ ଲୋକମାନେ ପାନୀୟ ଜଳ ଭାବେ ବ୍ୟବହାର କରିପାରୁ ନାହାନ୍ତି। ତେବେ ଏନେଇ ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷପ ଗ୍ରହଣ କରିବାକୁ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ସ୍ଥାନୀୟ ସମାଜସେବୀ ପ୍ରଶାନ୍ତ କୁମାର ବେହେରା ଦାବୀ କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସୀ ବେହେରାଙ୍କୁ ସେ ଏଡି ଅଭିଯୋଗର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026
Latest News

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.