ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି

Published: Apr 13, 2020, 9:52 pm IST

ମୁମ୍ବାଇ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 9352 ରହିଥିବାବେଳେ 8 ହଜାର 48ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି 980ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ।

ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ 352ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଆଜି 11ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 150ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ 2334ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 150 ଡେଇଁଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 87 ପ୍ରତିଶତ ଲୋକେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିରେ ପୀଡ଼ିତ ଥିବାବେଳେ ସାତରୁ 8 ପ୍ରତିଶତ ଅଧିକ ବୟସ୍କର ବ୍ୟକ୍ତି ରହିଛନ୍ତି । (ଏଜେନ୍ସି)

Related posts