ମହାରାଷ୍ଟ୍ରରେ ମନ୍ତ୍ରୀଙ୍କ 14 ଜଣ ବ୍ୟକ୍ତିଗତ କର୍ମଚାରୀଙ୍କଠାରେ ମିଳିଲା କରୋନା ପଜିଟଭ୍‌, କ୍ବାରେଣ୍ଟାଇନ୍‌କୁ ଗଲେ ମନ୍ତ୍ରୀ

Published: Apr 13, 2020, 10:49 pm IST

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଛି । ସେହିପରି ଅନ୍ୟ 9 ଜଣ କର୍ମଚାରୀ ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଓ ପାର୍ଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ୍‌ ରହିଛନ୍ତି । ଏହି ସମସ୍ତଙ୍କର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି । ଏହା ପରେ ମନ୍ତ୍ରୀ ଜିତେନ୍ଦ୍ର ନିଜେ ଏବେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଏନ୍‌ସିପି ନେତାର ଜିତେନ୍ଦ୍ର ସୋମବାର ଦିନ ଜଣେ କରୋନା ପଜିଟିଭ୍‌ ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲେ । ଏହାପରେ ସେ ନିଜେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ଏହା ପରେ ତାଙ୍କ ନିଜ ବ୍ୟକ୍ତିଗତ କର୍ମଚାରୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା । ଜିତେନ୍ଦ୍ର ଥାନେ ଜିଲ୍ଲାର କାଲ୍‌ବା-ମୁମ୍ବ୍ରା ବିଧାନସଭାରୁ ପ୍ରତିନିଧିତ୍ବ କରନ୍ତି । ସେ ଲକ୍‌ଡାଉନ୍‌କୁ ନିୟମକୁ ମାନି ଘରେ ରହିବାକୁ ଅପିଲ୍‌ କରିଛି । (ଏଜେନ୍ସି)

Related posts