
(ସମୀକ୍ଷା ବ୍ୟୁରୋ) ଆଜି ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର। ଅଳ୍ପଦିନ ତଳେ କୋଭିଡ୧୯ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେମାନେ କରୋନା ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ଜଣା ଯାଇଛି। ଆଜି ପର୍ୟନ୍ତ ରାଜ୍ୟରେ ୫୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବରୁ ୧୩ ଜଣ ଆରୋଗ୍ୟ ଲାଭ କରିଥିଲେ। ଆଜିର ପାଞ୍ଚ ଜଣଙ୍କୁ ମିଶାଇ ଏ ପର୍ୟନ୍ତ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।