Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଆଗୁଆ ପଦକ୍ଷେପକୁ ଦେଶବିଦେଶରେ କରାଯାଉଛି ପ୍ରଶଂସା : ସୁବ୍ରତ ବାଗ୍‌ଚୀ
ଆଜିର ଖବର

ଓଡ଼ିଶାର ଆଗୁଆ ପଦକ୍ଷେପକୁ ଦେଶବିଦେଶରେ କରାଯାଉଛି ପ୍ରଶଂସା : ସୁବ୍ରତ ବାଗ୍‌ଚୀ

April 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନାକୁ ନେଇ କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୂଚନା ଦେଇ କହିଛନ୍ତି। କରୋନା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରାଯାଉଛି ।  ଓଡ଼ିଶାର ଆଗୁଆ ପଦକ୍ଷେପକୁ ଦେଶ ବିଦେଶରେ ପ୍ରଶଂସା କରାଯାଉଛି ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚୀ। ଦେଶରେ ଲକ୍ ଡାଉନ୍‌ ଅବଧି ବୃଦ୍ଧି ହେବା ପୂର୍ବରୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। କରୋନା ସହ ଲଢେଇ କରିବାରେ ଲକ୍‌ ଡାଉନ୍‌ ଜରିଆରେ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଉଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ୍‌-19 ମୁକାବିଲା ନେଇ ସମୀକ୍ଷା କରିଛନ୍ତି। କୋଭିଡ୍‌ ହସ୍ପିଟାଲ୍‌, କରୋନା ନିୟନ୍ତ୍ରଣ ଆଦି ସମସ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପ୍ରଥମେ 7ଟି କୋଭିଡ୍‌ ହସ୍ପିଟାଲ କରାଯାଇଥିବାବେଳେ ଏବେ ଏହାକୁ ପ୍ରତ୍ୟେକ ଜିଲ୍ଲାରେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ କୋଭିଡ୍‌ ହସ୍ପିଟାଲଗୁଡିକୁ  ସପ୍ତାହକ ମଧ୍ୟରେ 30 ଜିଲ୍ଲାରେ 35 କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗ୍‌ଚୀ।

ସେହିପରି ଏପ୍ରିଲ 14 ପର୍ଯ୍ୟନ୍ତ ମୋଟ 4734ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିରୁ 4678 ଜଣ ନେଗେଟିଭ୍‌ ବାହାରିଥିବା ବେଳେ 60ଟି ପଜିଟିଭ୍‌ କେସ୍‌ ମିଳିଛି ବୋଲି ସୂଚନା ଦେଇଛନ୍ତି। ଗତକାଲି 564ଟି ଜଣଙ୍କ ସାମ୍ପଲ୍‌ ଟେଷ୍ଟ ହୋଇଥିଲା ସେଥିରୁ ମାତ୍ର 5ଟି ପଜିଟିଭ୍‌ ମିଳିଛି। ଆଜି ଗତକାଲିଠାରୁ ଅଧିକ କରୋନା ଟେଷ୍ଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ଦିନ ମାନଙ୍କରେ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯିବ । କଣ୍ଟେନମେଣ୍ଟ ଜୋନ୍‌ରେ ଏହି ପରୀକ୍ଷାକୁ ଆହୁରି ବ୍ୟାପକ କରାଯିବ ବୋଲି ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ।

କରୋନା ମୁକାବିଲା କ୍ଷେତ୍ରରେ 90 ପ୍ରତିଶତ ଲୋକେ ସରକାରଙ୍କୁ ସହଯୋଗ କରୁଥିବାବେଳେ 10 ପ୍ରତିଶତ ଲୋକେ ଅସହଯୋଗ କରୁଥିବାର ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର କଡା ନିୟମ ଅବଲମ୍ବନ କରିବେ ବୋଲି ସୂଚନା ଦେଇଛନ୍ତି ସୁବ୍ରତ୍‌ ବାଗ୍‌ଚୀ । ଯଦି କେହି ସରକାରୀ ଅଧିକାରୀ ଟେଷ୍ଟିଂ ପାଇଁ କହୁଛନ୍ତି ଓ ସମ୍ପୃକ୍ତ ବ୍ୟକ୍ତି ଯଦି ସେହି ନିୟମକୁ ପାଳନ କରୁନାହାନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଗ୍‌ଚୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025
Latest News

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.